Breaking News

ସତ୍ୟବାଦୀ ବିଜୁ ଯୁବ ଓ ଛାତ୍ର ମାନଙ୍କର କର୍ମୀ ସମାବେଶରେ ଯୋଗ ଦେଲେ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସବର୍ମା

ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ନିକଟସ୍ଥ ସ୍ବର୍ଣ୍ଣ  ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ୬୦୦ ରୁ ଉର୍ଦ୍ଧ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ ମାନେ ଯୋଗଦେଇଥିଲେ ।  ସମାବେଶରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ସଞ୍ଜୟ ଦାସ ବର୍ମା ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶରତ କୁମାର ରାଉତରାୟ, ସାମ୍ପାଦକ ସୁବାସ ପ୍ରଧାନ, ଛାତ୍ର ସଭାପତି ଦିନେଶ ମହାପାତ୍ର, ସଂପାଦକ ହଟକିଶୋର୍ ବାରିକଙ୍କ ସହିତ ଅନ୍ୟ  ଛାତ୍ର ନେତୃତ୍ୱ ମାନେ ଫୁଲ ତୋଡା ଓ ଉତ୍ତରୀୟ ଦେଇ ଶ୍ରୀ ବର୍ମାଙ୍କୁ ସମ୍ବର୍ଦ୍ଧନା କରିଥିଲେ। ସଭାପତି ଶରତ ରାଉତରାୟ ମଞ୍ଚରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।  ପୁରୀ ଜିଲ୍ଲା ଯୁବ ବିଜେଡ଼ି ସଭାପତି ନାରାୟଣ ସ୍ୱାଇଁ, ଜିଲ୍ଲା ଛାତ୍ର ସଭାପତି ରାଜେଶ୍ ରଥ,ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କଣାସ ବ୍ଲକ୍  ବିଜେଡ଼ି ଯୁବ ସଭାପତି ବସନ୍ତ ଜେନା, ପେଣ୍ଠପଡା ର ପୁର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ଦୁଗଲ ର ପୂର୍ବତନ ସରପଞ୍ଚ ପ୍ରକାଶ ଖଟେଇ, ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରହ୍ଲାଦ ଘଟୁଆରୀ ,ପ୍ରେମାନନ୍ଦ ବେହେରା , ପୁରୀ ଜିଲ୍ଲା ସାଧାରଣ ସଂପାଦକ ଦେବାଶିଷ ରାୟ, ଜିଲ୍ଲା ସଂଯୋଜକ ସ୍ୱାଧୀନ ଜେନା, ପୁର୍ବତନ ଉପାଧ୍ୟକ୍ଷ ବିକ୍ରମ ଜେନା ଓ ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ୨୪ ଗୋଟି ପଞ୍ଚାୟତ ର ଯୁବ ଓ ଛାତ୍ର ସଭାପତି, ସଂପାଦକ ଙ୍କ ସହ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ   ବିଜେଡ଼ି ସଙ୍ଗଠନ କୁ ମଜବୁତ କରିବା ପାଇଁ ଯୁବ ଓ ଛାତ୍ର ଙ୍କୁ ଜଣେ ଜଣେ ବିଜୁ ସୈନିକ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ।  ସତ୍ୟବାଦୀ ମାଟିର ଅସ୍ମିତା,ସ୍ୱାଭିମାନ ଓ ଐତିହ ଗାଥା କୁ ସ୍ମରଣ କରି ଏହି ପୁଣ୍ୟ ମାଟିରେ ତାଙ୍କୁ ନେତୃତ୍ବ ନେବା ସହିତ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବାସୀଙ୍କ ସେବା କରିବାର ସୁଯୋଗ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ପ୍ରଦାନ କରିଥିବାରୁ ହୃଦୟର ଗଭୀରତା ରୁ ତାଙ୍କୁ ଧନ୍ୟବାଦ ଅର୍ପଣ  କରିବା ସହ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ବିଚାର ଧାରା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ଶ୍ରୀ ବର୍ମା। ନିର୍ବାଚନ ରେ ବିଜୁ ଜନତା ଦଳ  ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ନବୀନ ଓଡିଶା ମ୍ୟାଜିକ୍ କାର୍ଡ ଓ ନିର୍ବାଚନ ଇସ୍ତାହାର ସମ୍ପର୍କରେ ଅବଗତ କରାଇଥିଲେ।ନବୀନ ପଟ୍ଟନାୟକଙ୍କ ଜନହିତ କାରୀ ଯୋଜନା ସହ ସଫଳ କରି ଯୋଡି ଶଙ୍ଖ ରେ ଗୋଟିଏ ବିଧାୟକ ଓ ଗୋଟିଏ ଲୋକସଭା ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ଯୁବ କର୍ମକର୍ତ୍ତାଙ୍କ ସହ ନୂତନ ଯୁବ ଭୋଟର ଙ୍କୁ ନିବେଦନ କରିଥିଲେ। ପରି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ଓ ଉଭୟ ବିଧାନସଭା ସହ ଲୋକସଭା ପାର୍ଥି ତାଙ୍କ ସହ ଅରୁପ ପଟ୍ଟନାୟକଙ୍କୁ ବିପୁଳ ଭୋଟ ରେ ଜୟଯୁକ୍ତ କରିବା ପାଇଁ ଶ୍ରୀ ବର୍ମା ନିବେଦନ କରିଥିଲେ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ବିଜେଡି ମିଡିଆ ସେଲେ ସଂଯୋଜକ ତୁଷାର ରଂଜନ ନାୟକ ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୪/୨୦୨୪----୭,୪୫ Sakhigopal News,24/4/2024

Popular Posts