Breaking News

ଡିସିଏମଙ୍କୁ ଲିଖିତ ଦାବୀ ଜଣାଇଲେ ଅସନ୍ତୋଷ ପୋର୍ଟର୍



ଜଟଣୀ : ଖୋର୍ଦ୍ଧାରୋଡ଼ ମଣ୍ଡଳ ଅନ୍ତର୍ଗତ ପୁରୀ, ଖୋର୍ଦ୍ଧାରୋଡ଼, ଭୁବନେଶ୍ବର, କଟକ ଭଳି ବଡ଼ବଡ଼ ରେଳ ଷ୍ଟେସନ ମାନଙ୍କରେ ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗ ରେଳ ଯାତ୍ରୀ ମାନଙ୍କର ଲଗେଜ୍ ସବୁକୁ ସରଳୀକୃତ ଭାବେ ଟ୍ରେନ୍ ବଗି ଠାରୁ ପ୍ରସ୍ଥାନ ଫାଟକ  ପର୍ଯ୍ୟନ୍ତ ପରିବହନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା କରାଯାଇଛି l ହେଲେ ଯେଉଁ ସଂସ୍ଥା ଏହି ପରିବହନ ବ୍ୟବସ୍ଥାକୁ ପରିଚାଳନା କରୁଛନ୍ତି ସେମାନେ ଏହି ବ୍ୟବସ୍ଥାକୁ ଖିଲାପ କରି ଭଲ ଯାତ୍ରୀ ମାନଙ୍କର ଉକ୍ତ ବ୍ୟାଟେରୀ ଯାନରେ ପରିବହନ କରୁଛନ୍ତି l ଯେଉଁଥି ପାଇଁ ଷ୍ଟେସନ ମାନଙ୍କରେ କାର୍ଯ୍ୟରତ ପୋର୍ଟର୍ ମାନଙ୍କର ଜିବିକା ଉପରେ ପ୍ରଭାବ ପକାଉଛି l ସେ ଦୃଷ୍ଟିରୁ ପ୍ରଥମ ଦଫାରେ ପୁରୀ ରେଳ ଷ୍ଟେସନରେ କାର୍ଯ୍ୟରତ ବହୁ ପୋର୍ଟର୍ ସୋମବାର ଜଟଣୀ ଖୋର୍ଦ୍ଧାରୋଡ ମଣ୍ଡଳ ରେଳ କାର୍ଯ୍ୟାଳୟ ଠାରେ ଥିବା ବରିଷ୍ଠ ବାଣିଜ୍ୟିକ ଅଧିକାରୀଙ୍କୁ ସାକ୍ଷାତ କରି ଉପରୋକ୍ତ ସମସ୍ୟା ସମାଧାନ ନେଇ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିବା ଜଣାପଡିଛି l ଅପରପକ୍ଷେ ଏହି ସମସ୍ୟାର ସମାଧାନ ନେଇ ବିଭାଗୀୟ ଅଧିକାରୀ ଆଶ୍ଵାସନା ଦେଇଥିବା ପୋର୍ଟର୍ କାର୍ଯ୍ୟକର୍ତ୍ତା ମାନଙ୍କଠାରୁ ଶୁଣିବାକୁ ମିଳିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୪/୨୦୨୪---୮,୫୫ Sakhigopal News,22/4/2024

Popular Posts