Breaking News

ସତ୍ୟବାଦୀରେ ବିଜେଡି ପକ୍ଷରୁ ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକ



ସାକ୍ଷୀଗୋପାଳ ----- ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନେତାଙ୍କ ଠାରୁ କର୍ମୀ ମାନେ ସେତିକି ଚଳଚଞ୍ଚଳ ହୋଇଯାଇଛନ୍ତି ।  ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରଚାରକୁ ଯୋରସୋର କରିଛି ।  ବିଶେଷ କରି ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକ ଯୋରସୋର କରିଛି । ଅନ୍ୟ ପକ୍ଷେ  ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକରେ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଓ ନୂତନ କରି ଯୁବ ଭୋଟର ମାନେ ବିଜେଡି ଦଳରେ ସାମିଲ ହେଉଥିବାର ଦେଖାଯାଇଛି ।  କର୍ମୀ ବୈଠକ ହେବା ସହିତ ଯେଉଁମାନେ ବିଜେପି ଦଳକୁ ସମର୍ଥନ କରୁଥିଲେ ଏବେ ସେମାନେ ବିଜେଡି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି । ଯାହାକୁ ନେଇ ବିଜେପି ଦଳର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଓ କର୍ମୀ ମାନଙ୍କର ମୁଣ୍ଡ ବିନ୍ଦାର କାରଣ ସାଜିଛି । ବିଜେଡି ଦଳ ପକ୍ଷରୁ  ଜୟପୁର ଗ୍ରାମ ପଞ୍ଚାୟତର  କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମା  ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଓଡିଶା  ରାଜନୀତି ଇତିହାସରେ ଏକ ନୂତନ ଫର୍ଦ୍ଧ ରଚିବା ପାଇଁ ଆପଣ ମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଅନୁଷ୍ଠିତ କର୍ମୀ ବୈଠକରେ ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ବିଜେଡି ଦଳର ପଞ୍ଚାୟତ ସଭାପତି ଦେବଦତ୍ତ ସାମନ୍ତରା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏପରିକି ଜୟପୁର ପଞ୍ଚାୟତ ସତ୍ୟବାଦୀ ବ୍ଳକରେ ସବୁଠାରୁ ଅଧିକ ବିଜେଡି ଦଳକୁ ଭୋଟ ଦେଇ ଏକ ଉଦାହରଣ ସୃଷ୍ଟି କରିବା ପାଇଁ  ଉପସ୍ଥିତ ଥିବା ମା , ମୁରବୀ ଓ ଯୁବ ଗୋଷ୍ଠୀ ମାନଙ୍କୁ ନିବେଦନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା,  ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତ, ବ୍ଳକ ବିଜେଡି ସଭାପତି ପ୍ରମୋଦ  ରାଉତରାୟ,  ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ପାତ୍ର,  ପ୍ରହଲ୍ଲାଦ ଘଟୁଆରୀ, ଆତ୍ମାର ପୂର୍ବତନ ସଭାପତି ରାମଚନ୍ଦ୍ର ମହାନ୍ତି, ଦେବାଶିଷ ରାୟ, ସ୍ୱାଧୀନ ଭାରତ ଜେନା,  ପ୍ରକାଶ ଖଟୋଇ,  ଲକ୍ଷ୍ମୀପିୟା ଦାସ, ଯମୁନା ବେହେରା, ପୁଷ୍ପାଞ୍ଜଳି ବିଶ୍ୱାଳ, ସୁରେଶ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ । ସେହିପରି ରାୟଖଣ୍ଡି ଗ୍ରାମ ପଞ୍ଚାୟତରେ ବିଜେଡି ଯୁବଗୋଷ୍ଠୀ ପକ୍ଷରୁ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । ପେଣ୍ଠପଡା ଗ୍ରାମ ପଞ୍ଚାୟତର କୋଷୋଳଶ୍ୱର ମହାଦେବଙ୍କ ମନ୍ଦିର ନିକଟ ପଡିଆରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ  ସଭା ସ୍ଥଳକୁ ଯିବା ସମୟରେ  ମହିଳା ଓ ଯୁବ ଗୋଷ୍ଠୀ ମାନେ ବାଜା ଓ ଶଙ୍ଖ ବଜାଇ ହୁଳହୁଳି ଓ ଫୁଲମାଲ ଦେଇ ଏକ ପଟୁଆରେ ବିଜେଡିର ବିଧାୟକ ପ୍ରାଥୀ  ସଞ୍ଜୟ କୁମାର ଦାସବର୍ମାଙ୍କୁପାଛୋଟି ନେଉଥିଲେ । ସେଠାରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, କାମେନା ପ୍ରଧାନଙ୍କ ସହିତ ପ୍ରମୁଖ ଉପସ୍ଥିତ ରହିଥିଲେ  ।   ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୪---୮,୨୦    Sakhigopal News- --20/4/2024

Popular Posts