Breaking News

ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ନିବାସ ଉଦଘାଟିତ


ବରଗଡ଼ --- ବରଗଡ ଜିଲ୍ଲା ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ନିବାସ ଉଦଘାଟିତ ହୋଇଯାଇଛି। ଏଥିରେ ୬୦ଜଣ ଛାତ୍ରୀ ଙ୍କ ରହିବା ସହିତ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିଛି। ଏହି ଉଦଘାଟନୀ ଉତ୍ସବ ରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ହୋତା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ବାସନ୍ତୀ ମେହେର। ସମ୍ମାନିତ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ ।ମୁଖ୍ୟ ବକ୍ତାଭାବେ ସମାଜସେବୀ ଡକ୍ଟର ମନୋରଞ୍ଜନ ମେହେର। ଡାକ୍ତର ମେହେର ତାଙ୍କ ବକ୍ତବ୍ୟ ରେ ଶିକ୍ଷା, ଖେଳ, ସମାଜ ସେବା ଆଧାରିତ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ସଭା କୁ ପରିଚାଳନା କରିଥିଲେ ଶିକ୍ଷକ ଲଲିତ କୁମାର ରଥ। ପରିଚାଳନା କମିଟି ସଭ୍ୟ ଲଲିତ ଦୋରା, ଚମାର ମେହେର ଓ ଦିଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀ ଛାତ୍ରୀ ମାନେ ଉପସ୍ଥିତ ଥିଲେ। ପରିଶେଷରେ ଛାତ୍ରୀ ନିବାସ ଦାଇତ୍ବ ରେ ଥିବା ଶିକ୍ଷକ ନୀରରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୪/୨୦୨୪----୮,୧୦ Sakhigopal News,20/4/2024

Popular Posts