Breaking News

ଶ୍ରୀରାମ ମନ୍ଦିରର ଏଗାରଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ



ଜଟଣୀ - ଶ୍ରୀରାମ ନବମୀ ଅବସରରେ ଗୋଡ଼ିପୁଟ ମାଟିଆ ପଡା ପଞ୍ଚାୟତ ଅନ୍ତର୍ଗତ ଗୋଦା ସାହିଠାରେ ଥିବା ଶ୍ରୀରାମ ମନ୍ଦିରର ଏଗାରଦଶ ତମ ବାର୍ଷିକ ଉତ୍ସବ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ପୂଜକ ରମେଶ ଷଡଙ୍ଗୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା l ବିଧି ବିଧାନ ପୂର୍ବକ ପଣ୍ଡିତ ଜଗନ୍ନାଥ ମହାପାତ୍ର ଓ ଜୟଦୁର୍ଗା ମିଶ୍ରଙ୍କ ତତ୍ତ୍ଵାବଧାନରେ ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଆଦି ଅନୁଷ୍ଠିତ ହୋଇଥିଲା l ଯଜ୍ଞରେ କର୍ତ୍ତା ଭାବେ ବସିଥିଲେ ପ୍ରସନ୍ନ କୁମାର ବେହେରା, ଯଜ୍ଞ ପୂର୍ଣ୍ଣାହୁତିରେ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଭାଗନେଇ ପ୍ରଭୁ କୃପା ଲାଭ କରିବା ସହିତ ପ୍ରସାଦ ସେବନ  କରିଥିଲେ । ପରିଚାଳନା ଦାୟିତ୍ୱରେ କୁବେର ବେହେରା, ରାମଚନ୍ଦ୍ର ସୁନ୍ଦରାୟ, ଗୋପିନାଥ ଜେନା, ଭାସ୍କର ଚନ୍ଦ୍ର ଡାକୁଆ, ବଂଶୀଧର ବିଶ୍ଵାଳ, ସନ୍ତୋଷ କୁମାର ବେହେରା, ପ୍ରଦୀପ କୁମାର ସାହୁ, ଦୁର୍ଯ୍ଯୋଧନ ବେହେରା, ସୁଦର୍ଶନ ବେହେରା, ରମେଶ ଚନ୍ଦ୍ର ଶତୃଶଲ୍ୟଙ୍କ ସମେତ ବହୁ ମୁରବି ଶ୍ରେଣୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ lଗ୍ରାମବାସୀଙ୍କ ପକ୍ଷରୁ ଅତିଥି ମାନଙ୍କୁ ସମ୍ମାନିତ କରିବା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୪/୨୦୨୪---୯,୪୫ Sakhigopal News,19/4/2024

Blog Archive

Popular Posts