Breaking News

ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସଚେତନତା ଓ ବକୁଳବନର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ



ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ନିକଟରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଓ ଉତ୍କଳ ସମ୍ମଳନୀ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଲେଚନା ଚକ୍ରରେ ବିଶେଷ କରି ସାକ୍ଷୀଗୋପାଳକୁ ତୁରନ୍ତ ନିଶା ମୁକ୍ତ ବ୍ଳକ କରିବା  ସହିତ ଐତିହାସିକ ବକୁଳବନର ସୁରକ୍ଷା ପାଇଁ ଦାବି କରାଯାଇଛି । ଯେଉଁ ପରି ବକୁଳବନର ପୁନଃ ଉଦ୍ଦାର କାର୍ଯ୍ୟ ଚାଲିଛି ତାହା ୨୦୨୫ ବେଳକୁ ମଧ୍ୟ ସରିବ ନାହିଁ । ତୁରନ୍ତ ଏହାକୁ ଅଗ୍ରସର କରିବା ସହ ବକୁଳବନ ପରିସରରୁ ମାଟି ନ ଉଠାଇ ବାହାରୁ ମାଟି ଉଠାଇବା, ସେଠାରେ ଆଗରୁ ବ୍ୟବହାର କରାଯାଇଥବା ଜିନିଷକୁ ନ ଭାଙ୍ଗି କାର୍ଯ୍ୟ କରିବା ଆଦି ସମ୍ପର୍କେ ଆଲେଚନା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସତ୍ୟବାଦୀ  ବିଡିଓ ଓ ତହସିଲଦାରଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି । ସତ୍ୟବାଦୀ ଭଳି ଏକ ଐତିହ୍ୟ ସ୍ଥାନରେ ତିନୋଟି ମଦ ଦେକାନ ରହିଛି । ଏପରିକି ସାକ୍ଷୀଗୋପାଳ ବାଇପାସ ରାସ୍ତା ତଥା କଲେଜ ଯିବା ରାସ୍ତାରେ ମଦ ଦୋକାନ ଖୋଲାଯାଇଛି । ତୁରନ୍ତ ଗ୍ରାମ ରାସ୍ତାରୁ ଏହି ମଦ ଦୋକାନ ହଟାଇବାର ଆବଶ୍ୟକତା ରହିଛି  ।  ମଳୟ କୁମାର ତ୍ରିପାଠୀ,  କବିତା ରାଣି ପରିଡା, ବିଜୟ କୁମାର ପରିଡା, ରଞ୍ଜନ କୁମାର ମିଶ୍ର, ନଟବର ଆଚାର୍ଯ୍ୟ, ସୁଶାନ୍ତ କୁମାର ରଥ, ଭୀମସେନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୪----୮,୨୫  Sakhigopal News,11/4/2024

Popular Posts