Breaking News

ମେରୁ ଯାତ୍ରା ଦେଖିବାକୁ ଯାଇ, ଟଳି ପଡିଲେ ବ୍ରୁଦ୍ଧା।


 
ଭଞ୍ଜନଗର---- - ମେରୁ-ଯାତ୍ରା ଦେଖିବାକୁ ଯାଇଥିବା ବେଳେ, ଖରା-ତାତି ରେ ଅସହ୍ୟ ହୋଇ ଗହଳି ଭିତରେ ଟଳି ପଡିଲେ ବୃଦ୍ଧା । ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ  ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ତଥା ଗାଲେରୀ ଫାଣ୍ଡି ଅନ୍ତର୍ଗତ ଗାଲେରୀ ଗାଁ ରେ ଘଟିଛି ଏଭଳି ଘଟଣା । ଆଜି ଗାଲେରୀ ଠାରେ, ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡପର୍ବ ର ମେରୁ ଯାତ୍ରା ଆୟୋଜିତ ହେଉଥିଲା । ସେଠାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା । ସେହି ସମୟରେ ଏଭଳି ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି, ତଦନ୍ତ କରୁଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୪/୨୦୨୪----୯,୪୫ Sakhigopal News,13/4/2024

Popular Posts