Breaking News

କୁବେଡେଗା ଠାରେ ପଞ୍ଚାୟତସ୍ତରୀୟ ବାସନ୍ତୀକ ଦୁର୍ଗାପୂଜା ମହୋତ୍ସବ ଉଦଯାପିତ


 
ବରଗଡ଼ ---ବରଗଡ ଜିଲ୍ଲା କୁବେଡେଗା ଠାରେ ଗତ ୯ ତାରିଖ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ  ୧୮ ତାରିଖ ଦଶମୀ ଯାଏଁ ବହୁ ଉତ୍ସାହ - ଉଦ୍ଦିପନା ସହ ବାସନ୍ତୀକ ଦୁର୍ଗାପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ପୂଜାରେ ପ୍ରତିଦିନ ହୋମ ଯଜ୍ଞ ସହ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ପୂଜାରେ କର୍ତ୍ତା ଭାବେ ସୁବୋଧ କୁମାର ଶତପଥୀ ଓ ଅଶ୍ଵିନୀ କୁମାର ଶତପଥୀ ଦାୟିତ୍ୱ ତୁଲାଇଥିଲେ । ପଣ୍ଡିତ ଦେବବ୍ରତ କର ପୌରହିତ୍ୟ କରିଥିଲେ । ଏହା ସହିତ ମହା ବିଷୁବ ସଂକ୍ରାନ୍ତିଠାରୁ ପାଞ୍ଚ ଦିନ ଧରି ବିରାଟ ରାମଲୀଳା ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଲଙ୍କାଧିପତୀ ରାବଣ ଭୂମିକାରେ ବୃନ୍ଦାବନ ପଧାନ,ମହାମନ୍ତ୍ରୀ ଗଣେଶ ରଣା, ବିଭୀଷଣ ସୁବାସ ସାହୁ, ହନୁମାନ ପ୍ରଶାନ୍ତ ତ୍ରିପାଠୀ,ରାମ ପ୍ରମୋଦ ତ୍ରୀପାଠୀ, ସୀତା ସୁଜାତା ତ୍ରୀପାଠୀ, ଲକ୍ଷଣ ଦୟାନିଧି ପଧାନ, ସେନାପତି ଶଡାନନ ବିଶି,ଓ ନରେନ୍ଦ୍ର ପଧାନ ପ୍ରମୁଖ ଅଭିନୟ କରିଥିଲେ। ବିଭିନ୍ନ ଦିବସରେ ଉପଦେଷ୍ଟା ସୁରେଶ୍ଵର ଶତପଥୀଙ୍କ ସମେତ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦିପ ପୁରୋହିତ, ବିଜେପି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଓ ବିଜେଡି ବିଧାୟିକା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ତେବେ ଚଳିତ ବର୍ଷର ମୂଖ୍ୟ ଆକର୍ଷଣ ଭାବରେ ମୀନାବଜାର ଦର୍ଶକଙ୍କ ସମାଗମ ହୋଇଥିଲା ।  ପୂଜା କମିଟିର ସଭାପତି ଓ ଉପସଭାପତି ଶମ୍ଭୁ ନାରାୟଣ ସାହୁ, ସଂପାଦକ ଗୋପିନାଥ ଭୁଏ,ସହ ସଂପାଦକ ସତ୍ୟନାରାୟଣ ପତି, କୋଷାଧ୍ୟକ୍ଷ ଅଶ୍ୱିନୀ ଶତପଥୀ, ଘନଶ୍ୟାମ ମହାକୁର, ଉପଦେଷ୍ଟା ଭରତ ତ୍ରୀପାଠୀ, ଉତ୍ପନ୍ନ କୁମାର ଭୋଇ, ଜନ୍ମେଜୟ ମିଶ୍ର, ମଧୁସୂଦନ ତ୍ରିପାଠୀ,କ୍ଷିରୋଦ୍ର ବାରିକ,ସୁନିଲ ଭୋଇ ପ୍ରମୁଖ ମହୋତ୍ସବ ପରିଚାଳନା  କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୪/୨୦୨୪-----୯,୩୫ Sakhigopal News 19/4/2024

Popular Posts