Breaking News

ସତ୍ୟବାଦୀର କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ପ୍ରାର୍ଥୀପତ୍ର ଦାଖଲ କଲେ



 ସାକ୍ଷୀଗୋପାଳ--- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସାକ୍ଷୀଗୋପାଳ ବନପୁର ସ୍ଥିତ କଂଗ୍ରେସର ଅସ୍ଥାୀ କାର୍ଯ୍ୟାଳୟ ଠାରୁ ଶତାଧିକ କର୍ମୀ ମାନଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିର ଠାରେ ପହଞ୍ଚିବା ପରେ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଥିଲେ । ପରେ ପରେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବଜାର ଦେଇ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପୁରୀ ଅଭିମୂଖେ ଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ଜୟପୁର ପଞ୍‌ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱନାଥ ମହାପାତ୍ର ଓ ବ୍ଳକ ସଭାପତି ସୁବାଷ ମହାପାତ୍ରଙ୍କ ସହିତ ଯୁବନେତା ବିଶ୍ୱଜିତି ହୋତାଙ୍କ ସହିତ ଶତାଧିକ ଯୁବକ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସତ୍ୟବାଦୀରେ କଂଗ୍ରେସ ଦଳ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବାର ଆଜିର ଶୋଭାଯାତ୍ରାରୁ ଜଣାପଡିଛି । ନାମାଙ୍କନ ପତ୍ର ଦାଖଲ ସମୟରେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ , କଂଗ୍ରେସର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପୁରୀ ଲୋକସଭା ପ୍ରାର୍ଥୀନି ସୁଚରିତ୍ରା ମହାନ୍ତି ସାମିଲ ହୋଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୪/୨୦୨୪---୬,୧୦    Sakhigopal News, 30/4/224

Popular Posts