Breaking News

ସତ୍ୟବାଦୀରେ ବିଜୁବାବୁଙ୍କ୨୭ତମ ଶ୍ରାଦ୍ଧ ଦିବସ ପାଳିତ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଛକ ବାଟମହାବୀର ନିକଟ ବିଜୁମଣ୍ଡପରେ ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ ନୀଳାଚଳ କ୍ୟଷକ ମହାସଂଘର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ବା ସହ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।  ବିଜୁବାବୁଙ୍କ ସ୍ମୃତି ସଂସଦର ସଭାପତି ଅନନ୍ତ ମହାପାତ୍ର ଅନୁଷ୍ଠିତ ସ୍ମୃତିସଭାରେ ସଭାପତିତବ କରିଥିଲେ । ବିଜୁପ୍ରେମୀ ରବୀନ୍ଦ୍ର ନାଥ ଶତପଥି,  ବିଶ୍ୱନାଥ ଗ୍ରାମ ପଞ୍ଚାୟତର ସରପଞ୍ଚ ସର୍ବେଶ କୁମାର ଷଢ଼ଙ୍ଗୀଙ୍କ ସହିତ ଶତୃଘ୍ନ ରାଉତ, ଭଜେନ୍ଦ୍ର ନାୟକ, ନରଞ୍ଜନ ପ୍ରଧାନ, ପ୍ରକାଶ ବେହେରା, କାଳିଆ ଭୋଇ, କୈଳାସ ଚନ୍ଦ୍ର ମହାପାତ୍ର, ସଂଗ୍ରାମ ମହାପାତ୍ର, ଚନ୍ମୟ ରଞ୍ଜନ ମହାପାତ୍ର, ଶ୍ୟାମସୁନ୍ଦର ବାରିକ ଶିବ ରାଉତ, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ  ବିଜୁପ୍ରେମୀ ମାନେ ଯୋଗ ଦେଇ ବିଜୁବାବୁଙ୍କ ଅମ୍ଳାନ ସ୍ମୃତି ଚାରଣ କରିବା ସହ କୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।  ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ  ମାନ୍ୟବର ଭାରତ ସରକାରଙ୍କୁ ନିବଦେନ ସ୍ମୃତି ସାଂସଦ ପକ୍ଷରୁ କରାଯାଇଥିଲା । ଶେଷରେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବ ସାମଜ ହୋଇ ପାରିଲେ ଓଡିଆ ଜାତି ଓ ଆମ ଦେଶ ପ୍ରଗତିଶୀଳ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଶେଷରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୪---୭,୫୦   Sakhigopal News , 17/4/2024

Popular Posts