Breaking News

ବିଜେପି ପାଇଁ ସତ୍ୟବାଦୀରେ କାଳହେଲା ସ୍ୱାଧୀନ ପ୍ରାର୍ଥୀ କାମାକ୍ଷା ; ସାକ୍ଷୀଗୋପାଳ ବଜାରରେ ଦେକାନକୁ ଦେକାନ ବୁଲି ତାଙ୍କ ସପକ୍ଷରେ ଭୋଟ ପାଇଁ ନିବେଦନ କଲେ . କାମାକ୍ଷା



ସାକ୍ଷୀଗୋପାଳ---- ସତ୍ୟବାଦୀ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କର ପ୍ରଚାର ପ୍ରସାର ସେତେ ଯୋରସୋର ଜମି ଆସୁଛି । ବିଶେଷ କରି ସତ୍ୟବାଦୀରେ ବିଜେପିର ଜଣେ ଜଣାଶୁଣା ଟାଣୁଆ ନେତା ଭାବେ କାମାକ୍ଷା ପ୍ରଧାନଙ୍କୁ ଦଳ ପକ୍ଷରୁ ଅଣଦେଖା କରାଯାଇଛି । ସେ ଅନେକ ଦିନ ହେବ ଦଳୀୟ ନେତା ମାନଙ୍କ କଥାରେ ସତ୍ୟବାଦୀ ଓ କଣାସ ବ୍ଳକରେ ନିଜର ସଂଗଠନ ତିଆରି କରିବା ସହ ଜଣସାଧାରଣଙ୍କ ପାଖରେ ରହି ଆସିଛନ୍ତି । ସେ ତାଙ୍କର କର୍ମୀ ମାନଙ୍କୁ ଏଥର ନିଶ୍ଚିତ ଦଳୀୟ ଟିକେଟ ପାଇବେ ବୋଲି ଜବାବ ଦେଇଥିଲେ । ଦଳୀୟ ଟିକେଟ ନ ପାଇବାରୁ ଶେଷରେ ସଂଗଠନସ୍କର୍ମକର୍ତ୍ତା ମାନଙ୍କର ନିଷ୍ପତି ଅନୁଯାୟୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ବା ଚିହ୍ନ ପାଇନଥିଲେ ମଧ୍ୟ କାମାକ୍ଷା ପ୍ରଧାନ ଆଜି ଜୟପୁର ଛକ ସ୍ଥିତ ତାଙ୍କ ର କାର୍ଯ୍ୟାଳୟ ଠାରୁ ବାଜା ଓ ପ୍ରଚାର ଗାଡି ସହିତ ଶହ ଶହ ଯୁବକ, ମହିଳା ମାନଙ୍କୁ ସଙ୍ଗରେ ଧରି ସାକ୍ଷୀଗୋପାଳ ବଜାର ଦେଇ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଦେକାନକୁ ଦେକାନ ଯାଇ ତାଙ୍କୁ ଭୋଟ ଦେବାକୁ ନିବଦେନ କରିଥିଲେ । ସତ୍ୟବାଦୀରେ ବିଶେଷ କରି ଆଲେଚନା ହେଉଛି ଯେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଜିତିବା ପାଇଁ କାଳ ହେଲା କାମାକ୍ଷା ପ୍ରଧାନ । ଓମ ପ୍ରକାଶ ମିଶ୍ରଙ୍କୁ ଜିତିବାରେ ଚେକ ଲଗାଇବ କାମାକ୍ଷା । ବିଶେଷ କରି ଲକ୍ଷ୍ମଣ ବେହେରା,  ଗଙ୍ଗାଧର ଛାଟୋଇ, ହରିଆ ବେହେରା, ଗୋବର୍ଦ୍ଧନ ପ୍ରଧାନ,ଚିତ୍ରସେନ ବରାଳ, ଚନ୍ମୟି ରଥ, ଟୁଲିଆ ପ୍ରଧାନ, ଦିବାକର ସ୍ୱାଇଁଙ୍କ ସହିତ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୪----୮,୧୦     Sakhigopal News ,22/4/2024

Popular Posts