ଚନ୍ଦନଯାତ୍ରା ପାଇଁ ପାଣିରୁ ଉଠିଲେ ନନ୍ଦା ଓ ଭଦ୍ରା
ସାକ୍ଷୀଗୋପାଳ--- ବର୍ଷକୁ ଥରେ ପାଣିରୁ ଉଠନ୍ତି ନନ୍ଦା ଓ ଭଦ୍ରା । ବର୍ଷକ ସାରା ପାଣିରେ ବୁଡି ରହିଥାନ୍ତି । ସାକ୍ଷୀଗୋପିନାଥଙ୍କ ଆଗାମୀ ମାସ ମଇ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ବା ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏହି ଦିନ ପୁରୀ ଘୋଷଯାତ୍ରା ପାଇଁ ରଥଯାତ୍ରା ପାଇଁ କାଠ ଅନୁକୂଳ ହେବାର ପରମ୍ପରା ରହିଛି । ସେହିପରି ମଧ୍ୟ ଚାଷୀ ତାର ମୁଠି ଅନୁକୂଳ କରିଥାଏ । ଏହି ଅବସରରେ ପାଣିରେ ବୁଡି ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗା ଦୁଇଟିକୁ ମନ୍ଦିରର ଭୋଇ ସେବକ ମାନେ ପାଣିରୁ କାଡିଛନ୍ତି । ଚଇତି ପୁର୍ଣ୍ଣମୀ ଦିନ ଚନ୍ଦନଯାତ୍ରା ପାଇଁ କରାଯାଉଥିବା ଛାମୁଣ୍ଡିଆ ପାଇଁ ଭୋଇ ସେବକମାନଙ୍କ ଦ୍ୱାରା ଖୁଣ୍ଡି ଅନୁକୂଳ ହୋଇଯାଇଛି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ତତ୍ୱବଧାନରେ ସମସ୍ତ କାର୍ଯ୍ୟକ୍ରମ କରାଯାଉଛି ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୪---୬,୫୦ Sakhigopal News, 28/4/2024