Breaking News

ଭେଡେନ ବ୍ଲକ ଐତିହାସିକ ପପଙ୍ଗା ପାହାଡ଼ ମହୋତ୍ସବ ଉଦଯାପିତ


 ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକର ଐତିହାସିକ ପପଙ୍ଗା ପାହାଡ଼ ମହୋତ୍ସବ ସମିତି ପକ୍ଷରୁ ପପଙ୍ଗା ପାହାଡ଼ ପାଦଦେଶରେ ୨ଦିନ ଧରି ଅନୁଷ୍ଠିତ ମହୋତ୍ସବ ଉଦଯାପିତ ହୋଇଯାଇଛି।  ମହୋତ୍ସବ ସମିତିର ଅଧ୍ୟକ୍ଷା, ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବରେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଉପାଧ୍ୟକ୍ଷ ଡୋଳାମଣି କ୍ଷେତି, ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ଆରଏମସି ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ହୋତା, ଆରସିଏମଏସ ଅଧ୍ୟକ୍ଷ ସୁଜିତ ପଣ୍ଡା, ସମ୍ବଲପୁର ସମବାୟ ବ୍ୟାଙ୍କ ର ସଭାପତି ନରେନ୍ଦ୍ର ପ୍ରଧାନ, ଆତ୍ମା କମିଟି ସଭାପତି ବୀରବଲ ହୋତା, ଅତାବିରା ବ୍ଲକ ଓ ଭେଡେନ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ,ସଭ୍ୟା, ଭେଡେନ କଳାକାର ସଂଘ ସଭାପତି ସାଗର ମହାକୁର ପ୍ରମୁଖ ଯୋଗ ଦେଇଥିଲେ। ଉଦଯାପନ ଦିବସରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ,ସଂଗଠନର କର୍ମକର୍ତ୍ତା, ସମାଜସେବୀ ଓ ସ୍ୱନାମଧନ୍ୟ ବ୍ଯକ୍ତି ବିଶେଷ ମାନଙ୍କୁ ଉପଢୌକନ, ଫୁଲତୋଡ଼ା ସମେତ ଟ୍ରଫି ମହୋତ୍ସବ ର ଅଧ୍ୟକ୍ଷା ଶ୍ରୀମତୀ  ଛୁରିଆ ପ୍ରଦାନ କରିଥିଲେ। ରାଜ୍ୟ ବାହାରୁ , ରାଜ୍ୟର ସୁନାମ ଅର୍ଜନ କରିଥିବା କଳାକାର ମାନେ ନୃତ୍ୟ, ଗୀତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଶେଷ ଆକର୍ଷଣ ଥିଲା ରୁକୁ ସୁନା ଆର୍କେଷ୍ଟା୍। ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ପପଙ୍ଗା ମହୋତ୍ସବ କୁ ଉପଭୋଗ କରିଥିଲେ। ପରିଶେଷରେ ହରିଶଙ୍କର ବେହେରା ଅତିଥି, ଉପସ୍ଥିତ ଥିବା ଦର୍ଶକ, ପପଙ୍ଗା ମହୋତ୍ସବ ସମିତି ସମସ୍ତ ସଦସ୍ଯ ସଦସ୍ୟା, ମହୋତ୍ସବ କୁ ପରିଚାଳନା ରେ ସହଯୋଗ କରିଥିବା ସ୍ଵେଚ୍ଛାସେବୀ ଓ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୪/୨୦୨୪----୧୧,୪୫ Sakhigopal News,27/4/2024

Popular Posts