Breaking News

ମହିଳାଙ୍କୁ ମାନସିକ ଓଶାରୀରିକ ନିର୍ଯ୍ୟାତନା ଅଭିଯୋଗ

  

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର ମହାମୟାସାହିର ଗୋବିନ୍ଦଚନ୍ଦ୍ର ନାୟକଙ୍କ ସ୍ତୀ ରସନା ନାୟକ ସତ୍ୟବାଦୀ ଥାନାରେ ୮ ତାରିଖ ଦିନ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସ୍ୱାମୀ  ଗୋବିନ୍ଦ ଚନ୍ଦ୍ର ନାୟକ ଓ ଶାଶୁ ଲକ୍ଷ୍ମୀ ନାୟକ ଅଧିକ ଯୌତୁକ ପାଇଁ ତାଙ୍କୁ ମାନସିକ ଓଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ବେକରେ ଧାରୁଆ ଅସ୍ତ ଲଗାଇ ସ୍ୱାମୀ ମାଡ ମାରୁଥିଲେ । ଏପରିକି ଦେହରେ କିରୋସିନି ପକାଇ ଜୀବନରେ ମାରି ଦେବାକୁ ମଧ୍ୟ ଉଦ୍ଦ୍ୟମ କରିଛନ୍ତି ବୋଲି ତାଙ୍କ ଅଭିଯୋଗରେ ସେ ଲେଖିଛନ୍ତି । ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ ୧୧୧ା୨୪ରେ ଏକ ମାମଲା ରୁଜ କରି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟ ପକ୍ଷେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରସନା ଦାବି କରିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୪---୮.୨୦   Sakhigopal News, 21/4/2024

Popular Posts