Breaking News

ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

 


ସାକ୍ଷୀଗୋପାଳ ---- ସତ୍ୟବାଦୀ ତହସିଲ କାର୍ଯ୍ୟାଳୟର ସଭାଗୃହ ପରିସରରେ ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ମଧୁବାବୁଙ୍କ ଫଟୋଚିତ୍ରରେ ଅତିଥି ଓ ଆଇନଜୀବୀ ମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ସତ୍ୟବାଦୀ ଆଇନଜୀବୀ ସଂଘର ସଭାପତି ବାଳକୃଷ୍ଣ ମହାପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପୁରୀ ଆଇନଜୀବୀ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ପୁଷ୍କର ମହାପାତ୍ର ଅତିଥି ମାନେ ଯୋଗ ଦେଇ କହିଥିଲେ ମଧୁବାବୁ ଏପରି ଜଣେ ବ୍ୟକ୍ତି ବିଶେଷ ଥିଲେ ତାଙ୍କ ସ୍ମୃତି ଚାରଣ କରିଲେ ତାହା ସରିବ ନାହିଁ । ସେ ପ୍ରଥମ ଓଡିଆ ଭାବେ ଏମଏ ଓ ଆଇନଜୀବୀ ପାସ କରିଥିଲେ । ତାଙ୍କର ଅର୍ଥ ଲାଳସା ନଥିଲା ସେ ନିଜ ଜାତି ଓ ଓଡିଆ ଭାଷାକୁ ଆଗକୁ ନେବା ପାଇଁ ସବୁ ସମୟରେ ପ୍ରଚେଷ୍ଟା ଜାରି ରଖିଥଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ ମିଳିତ ହୋଇ ସେ ଓଡିଆ ଭାଷା ଭିତିକ ରାଜ୍ୟ ଓଡିଶା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଯୋଗୁ ଆଜି ଆମେ ଓଡିଆ ବୋଲି ବେଶ ପରିଚିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ସାକ୍ଷୀଗୋପାଳ ତହସିଲଦାର ଆଲୋକ କୁମାର ଦେହୁରୀ ଓ ସତ୍ୟବାଦୀ ଆଇନଜୀବୀ ସଂଘର ପ୍ରଥମ ସଭାପତି ତଥା ନୋଟାରୀ ପବ୍ଳକି ପୁରୀ ଗୁଣ୍ଡିଚା ବରାଳ ଯୋଗ ଦେଇ ମଧୁବାବୁଙ୍କ ସ୍ମୃତି ଚାରଣ କରିବା ସହ ସମସ୍ତ ଆଇନଜୀବୀ ମାନେ ସେବା ମନୋବୃତି ନେଇ କାର୍ଯ୍ୟ କରିଲେ ଜନସାଧାରଣଙ୍କୁ ଆମେ ସଠିକ ନ୍ୟାୟ ଦେଇ ପାରିବା ବୋଲି ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ଆଇନଜୀବୀ ସଂଘର ଯୁଗ୍ମ ସମ୍ପାଦକ ବିଧୁଭୁଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତିଭାସ୍କର ନାୟକ, ଯୁଗ୍ମ ସମ୍ପାଦକ ଚିନ୍ମୟ ନାୟକଙ୍କ ସହିତ କାର୍ଯ୍ୟକାରୀ ସଦସ୍ୟ ଅଞ୍ଜନ କୁମାର ହୋତା, ସୁନୀଲ ନାୟକ, ରବୀନ୍ଦ୍ର କୁମାର ଦାଶ, ଅଜିତ କୁମାର ଚୌଧୁରୀ, ଉପେନ୍ଦ୍ର ପ୍ରଧାନ , ସୁଶାନ୍ତ କୁମାର ରଥ,କୋଷାଧ୍ୟକ୍ଷ ସନ୍ତୋଷ ବେହେରାଙ୍କ ସହିତ ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ । ଶେଷରେ ସଂଘର ସମ୍ପାଦକ ଦେବଦତ୍ତ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଆଇନଜୀବୀ ଗୁଣ୍ଡିଚା ବରାଳଙ୍କ ଦ୍ୱାରା ରଚିତ ସାକ୍ଷୀଗୋପାଳ ନାମରେଏକ ଧାର୍ମିକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୪---୬,୫୦  Sakhigopal News, 28/4/2024

Popular Posts