ନୂଆବର୍ଷ ଦିନ ନିରଞ୍ଜନକୁ ସହଯୋଗ ର ହାତ ବଢାଇଲା ନିଷ୍ଠା ପରିବାର
ବରଗଡ଼ ---ବରଗଡ଼ ଜିଲ୍ଳା ରେମଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଗପଡ଼ା ଗ୍ରାମ ର ନିରଞ୍ଜନ କନ୍ଧେର ବୟସ ମାତ୍ର ୨୧ବର୍ଷ। ଖେଳିବା ବୁଲିବା ବୟସ ରେ ଫୁସଫୁସ ଜନିତ ରୋଗ ସହ ଲଢେ଼ଇ କରୁଛନ୍ତି ନିରଞ୍ଜନ। ପ୍ରଥମେ ବୁର୍ଲା ଡ଼ାକ୍ତରଖାନା ପରେ ବିକାଶ ହସ୍ପିଟାଲ ଓ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ରେ ଚିକିତ୍ସାଧିନ ଅଛନ୍ତି। ଡ଼ାକ୍ତରୀ ଟିମ୍ ତାଙ୍କୁ ସୁଦୂର ହାଇଦ୍ରାବାଦ ନେବା ପାଇଁ ପରାମର୍ଶ ଦେଇଛନ୍ତି।BSKY କାର୍ଡ ର ଟଙ୍କା ସରିଯାଇଥିବା ବେଳେ ଜମି ବାଡ଼ି ବିକି ପୁଅ ର ଚିକିତ୍ସା କରୁଛନ୍ତି ପରିବାର ଲୋକ। ପରିବାର ଲୋକ, ସୋସିଆଲ ମିଡିଆ,ବିଭିନ୍ନ ଗଣ ମାଧ୍ୟମ ରୁ ଏ ଖବର ପାଇଥିଲା ବରଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର । ତୁରନ୍ତ ସହଯୋଗ ର ହାତ ବଢ଼ାଇ ତାଙ୍କ ଚିକିତ୍ସା ପାଇଁ ଦଶ ହଜାର ଟଙ୍କା (୧୦୦୦୦/-)ଅର୍ଥ ରାଶି ପ୍ରଦାନ କରିଛି ନିଷ୍ଠା ପରିବାର। ଏବଂ ଯାହା ଦ୍ବାରା ଯେତିକି ବି ସମ୍ଭବ ନିରଞ୍ଜନ ଙ୍କୁ ସହଯୋଗ କରିବା ପାଇଁ ନିଷ୍ଠା ପରିବାର ନିବେଦନ କରୁଛି। ଆପଣ ମାନଙ୍କ ର ଛୋଟିଆ ସହଯୋଗ ହୁଏତ ଗୋଟିଏ ଅମୁଲ୍ୟ ଜୀବନ ବଞ୍ଚାଇ ପାରିବ।ଆସନ୍ତୁ ଏକ ଅସହାୟ ପରିବାର ପାଇଁ ଆମେ ସମସ୍ତେ ସହଯୋଗ ର ହାତ ବଢ଼ାଇବା।
ଯଥା ଶୀଘ୍ର ନିରଞ୍ଜନ ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହା ହିଁ ଇଷ୍ଟ ଦେବୀ ମା ସମଲେଇ ଙ୍କ ଠାରେ ନିଷ୍ଠା ପରିବାର ର ପ୍ରାର୍ଥନା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧/୨୦୨୪----୮,୫୫ Sakhigopal News,1/1/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧/୨୦୨୪----୮,୫୫ Sakhigopal News,1/1/2024