ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଟଣୀ - ସ୍ଥାନୀୟ କଲେଜ ରୋଡ଼ରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୩୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବକୁ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଇ ସ୍ୱାଗତ ସଂଗୀତ ମାଧ୍ୟମରେ ଜର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଟଣୀ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯୋଗଦେଇ ଶିଶୁ ମନ୍ଦିରର ସଂସ୍କାର ଓ କ୍ରିୟାକଳାପ ଆଧାରିତ ଶିକ୍ଷାଦାନ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ରୂପେ କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ତପନ କୁମାର ପଣ୍ଡା ଯୋଗ ଦେଇ ଶିକ୍ଷାଦାନ କ୍ଷେତ୍ରରେ ମାଆ ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ଦର୍ଶାଇଥିଲେ l
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବ ପ୍ରାନ୍ତ କାର୍ଯ୍ୟବାହାକ ଅନିଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିଶୁର ଜନ୍ମଗତ ଗୁଣକୁ ବିକଶିତ କରିବା କ୍ଷେତ୍ରରେ ଶିକ୍ଷା ଓ ପରିବେଶ ଦ୍ୱାରା ଶିଶୁ ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଇବାର ସୁଯୋଗ ଶିଶୁ ବିଦ୍ୟା ମନ୍ଦିରରେ ଦେଖିବାକୁ ମିଳେ l ତେଣୁ ଆମକୁ ସମାଜ ଗଢିବାକୁ ହେଲେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେବ l ଏହି ଉତ୍ସବର ସଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, ଭଜନ, ନାଟକ, ବିହୁ, ରାଜସ୍ଥାନ, ପଲ୍ଲୀ ନୁର୍ତ୍ୟ ଇତ୍ୟାଦି ଶିଶୁ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା l ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ ଉତ୍ସବଟି ସୁରୁଖୁରୁରେ ସମ୍ପନ୍ନ ହୋଉଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୧/୨୦୨୪---୯,୪୫ Sakhigopal News,28/1/2024