ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଅଷ୍ଟମ ଦିବସରେ; ମହାରାଜ କଂସ ଥୁଆପାଲି ନଗର ଭ୍ରମଣ
ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଅଷ୍ଟମ ଦିବସରେ ମହାରାଜ କଂସ ଥୁଆପାଲି ନଗର ଭ୍ରମଣ କରିଛନ୍ତି । ପ୍ରଜାଙ୍କ ସୁଖଦୁଃଖ ବୁଝି ଥିଲେ । ଯେଉଁ ମାନେ ଆଇନ ଅମାନ୍ୟ କରୁଥିଲେ, ତାଙ୍କ ଠାରୁ ଜୋରିମାନା ଦେବାକୁ ମନ୍ତ୍ରୀ ପରିଷଦ କୁ ଆଦେଶ ଦେଇଥିଲେ। ଆଜି ରାଜ ଦରବାରରେ କଂସ ଷଡମଲ୍ଲ ନିହତ ଖବର ପାଇ ବିବ୍ରତ ହୋଇଥିଲେ। ଆଜି ରାଜ ଅତିଥିଭାବେ ପ୍ରକୃତି ବନ୍ଧୁ, ରାଜ୍ଯପାଳ ପୁରସ୍କାର ପ୍ରାପ୍ତ, ତଥା ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଂଜୀବ କୁମାର
ପ୍ରଧାନ ଓ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଉଭୟ କଂସ ମହାରାଜଙ୍କୁ ଚାରାଗଛ ପ୍ରଦାନ କରିଥିଲେ। ମହାରାଜ କଂସ ସମଗ୍ର ଥୁଆପାଲି ନଗର ଓ ମଥୁରା ନଗରୀ ରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ପ୍ରଚାର ଓ ପ୍ରସାର ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ପରିଷଦ କୁ ନିର୍ଦ୍ଦେଶ ଦେଇଥିଲେ। କଂସ ଦରବାରରେ ଅତାବିରା ବ୍ଲକ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଛାତ୍ରୀ କୁନି କଳାକାର ସଂଚିତା ମେହେର ତାଙ୍କର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ମହାରାଜ କଂସ ଠାରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ ।ଧନୁଯାତ୍ରା କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଧନୁଯାତ୍ରା କମିଟି ର ମୁଖ୍ୟ ଅନିରୁଦ୍ଧ ସାହୁ ସଂଯୋଜନା କରିଥିଲେ।ଧନୁଯାତ୍ରା କମିଟି ପକ୍ଷରୁ ଲଲିତ ମେହେର ଓ ଧର୍ମରାଜ ଭୂଏ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଧନୁଯାତ୍ରା ମହୋତ୍ସବ ରେ ସମ୍ବଲପୁର ଜିଲ୍ଲା ଗୋସାଲା ଲାୟନ୍ସ କ୍ଲବର ସମ୍ଭବ ପ୍ରୟାସ ତରଫରୁ ପାନୀୟ ଜଳର ସୁବିଧା କରୁଛନ୍ତି, ଏହାର ତତ୍ବାବଧାନରେ ଲାୟନ୍ସ ସୁନୀଲ କୁମାର ଅଗ୍ରୱାଲ, ରଶ୍ମିରଞ୍ଜନ ପାଢ଼ୀ ଓ ଯୋଗେ ଶର୍ମା ।ଦିନ କୁ ଦିନ ଧନୁଯାତ୍ରା ଦେଖିବାକୁ
ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କଂସ ମହାରାଜ, ମନ୍ତ୍ରୀ ପରିଷଦ ଓ ରାଜ ନର୍ତ୍ତକୀ ଅଭିନୟ, ମିନା ବଜାର, ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ପାଇଁ ଜନସାଧାରଣଙ୍କ ଭିଡ ଜମିବାରେ ଲାଗିଛି ।ଧନୁଯାତ୍ରା ପରିଚାଳନା ରେ ସ୍ଵେଚ୍ଛାସେବୀ, ଧନୁଯାତ୍ରା କମିଟି ଓ ଥୁଆପାଲି ଗ୍ରାମବାସୀ ସହଯୋଗ କରୁଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୧/୨୦୨୪---୯,୧୦ Sakhigopal News,9/1/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୧/୨୦୨୪---୯,୧୦ Sakhigopal News,9/1/2024