ହୃଷୀକେଶ ପାଢୀ ଙ୍କୁ ଯୁବ ପରିବେଶବିତ ଭାବେ ସମ୍ମାନୀତ ହୋଇଛନ୍ତି
ଡେଲାଙ୍ଗ : ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର "ଗଛ ହସିଲେ ଜଗତ ହସେ ' ଓ " ଆମେ ହସାଇବା ଆମ ପରିବେଶ ' ପୁସ୍ତକ ର ସ୍ରଷ୍ଟା, ଶିଶୁ ସାହିତ୍ୟିକ, କବି ତଥା ଆଇନଜୀବି ହୃଷୀକେଶ ପାଢ଼ୀ ଙ୍କୁ ଯୁବ ପରିବେଶବିତ ସମ୍ମାନ ରେ ସମ୍ମାନୀତ କରାଯାଇଛି |ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ଗଡ଼ ମୋଟାରୀ ପରିସରରେ ଡେଲାଙ୍ଗ ଶିଶୁ -କିଶୋର ସାହିତ୍ୟ ସଂସଦ ର ରାଜ୍ୟ ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ଃ ହେମନ୍ତ କୁମାର ଛୋଟରାୟ, କେନ୍ଦ୍ର ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି, ବରିଷ୍ଠ ଶିଶୁ ସାହିତ୍ୟିକ କୁଞ୍ଜବିହାରୀ ସାହୁ, ସାହିତ୍ୟ ଏକାଡେମୀ ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି, ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ମଙ୍ଗରାଜ ଓ ଲଷ୍ମୀପ୍ରିୟା ଦାଶ, ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ଶ୍ରୀ ପାଢ଼ୀଙ୍କର ପରିବେଶ କାର୍ଯ୍ୟ ଓ ପରିବେଶ ସାହିତ୍ୟ ରଚନା ର ଭୁୟସୀ ପ୍ରଂଶସା କରିବାସହ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ଯୁବ ପରିବେଶବିତ ସମ୍ମାନରେ ସମ୍ମାନିତ କରିଥିଲେ | ସୁଚନା ଯୋଗ୍ୟ ଯେ ଗତ ସାତବର୍ଷ ଧରି ଶ୍ରୀ ପାଢ଼ୀ " ସବୁଜ ଡେଲାଙ୍ଗ ଟ୍ରଷ୍ଟ ' ଗଠନ କରି ପରିବେଶ ପାଇଁ ଗଛଟିଏ, ଗଛ ହିଁ ଜୀବନ, ଗଛ ନାହିଁ ତ ଜୀବନ ନାହିଁ, ଔଷଧୀୟ ଚାରା ରୋପଣ ଅଭିଯାନ, କୁମୁକା ଜଙ୍ଗଲ ସୁରକ୍ଷା ଅଭିଯାନ, ବନ୍ୟ ଜନ୍ତୁ ଓ ପକ୍ଷୀ ସୁରକ୍ଷା ଅଭିଯାନ, ପଲିଥିନ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ କୁ " ନା ' ମହାବିଦ୍ୟାଳୟ, ମଠ ମନ୍ଦିର ଆଦିରେ ଚାରା ଲଗାଇବା ଅଭିଯାନ ସର୍ବୋପରି " ମୋ ଡେଲଙ୍ଗ ସବୁଜ ଡେଲାଙ୍ଗ "ଅଭିଯାନ ଚଳାଇ ପରିବେଶ ସୁରକ୍ଷା ରେ ବ୍ରତୀ ରହି କାର୍ଯ୍ୟକରି ଆସୁଛନ୍ତି | ଏଥିପାଇଁ ପୁରୀ ଜିଲ୍ଲାରେ ସେ ପରିଚିତ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୪---୫,୫୫ Sakhigopal News,13/1/2024