Breaking News

ବିବାଦୀୟ ଜମିରେ 144 ଧାରାରେ ହେଉଛି ତଦନ୍ତ , ମାନୁ ନାହାନ୍ତି ବିହାରୀ ବାବା



ଜଟଣୀ :---
ଜଟଣୀ ତହସିଲ ଅଧୀନ ବରକୁଦା ଠାରେ ଏକ ବିବାଦୀୟ ଜମିରେ ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ ଆଦେଶ ମୁତାବକ 144 ଧାରା ଜାରି ହୋଇଛି |ଏୟାରଫିଲଡ ଥାନାକୁ ଏହାର ତଦନ୍ତ ନିର୍ଦ୍ଧେଶ ଦିଆଯାଇଛି |କିନ୍ତୁ 144 ଧାରାକୁ ବେଖାତିର କରି ସେହି ଜମିରେ ବିହାର ରାଜ୍ୟର କିଛି ବାବାଜୀ ଆସି ନୂତନ ଗୃହ ପ୍ରତିଷ୍ଠା କରୁଛନ୍ତି |
ସୂଚନା ଅନୁଯାୟୀ ଜାମୁକୋଳି ପଞ୍ଚାୟତ ତଥା ଜଟଣୀ ତହସିଲ ଅଧୀନ ବରକୁଦା ମୌଜାର ପ୍ଲଟ ନମ୍ବର :୩/୨୨୮୭ ଖାତା ନମ୍ବର :୪୪୫/୩୯, ଏରିଆ :୨.୫୦୦ ଉପରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ପ୍ରଭାତ ନାୟକ, ପ୍ରତାପ ନାୟକ, ଦିଲ୍ଲୀପ ନାୟକ ଏବଂ ଅନ୍ୟ କିଛି ବ୍ୟକ୍ତି ମିଶି ବିହାର ରାଜ୍ୟରୁ କିଛି ବାବାଜୀଙ୍କୁ ଆଣି ସେଠାରେ ଆଶ୍ରମ ନାମରେ ଗୃହ ପ୍ରତିଷ୍ଠା କରାଉଛନ୍ତି |ଉକ୍ତ ଜମି ରେ ମାଲିକାନା ସତ୍ୱକୁ ନେଇ ପୂର୍ବରୁ ଜାମୁକୋଳି ଗ୍ରାମର ବୈକୁଣ୍ଠ ଖଟେଇ ଏବଂ ଭୁବନେଶ୍ୱର ନୟାପଲ୍ଲୀର କହ୍ନେଇ ନାୟକଙ୍କ ମଧ୍ୟରେ ଜମି ଜମା ବିବାଦ ଲାଗି ଲାଗି ରହିଥିଲା |ଏଠାରେ ସୂଚନା ଯୋଗ୍ୟ ସେହି ପ୍ଲଟ ଟି ଆଶ୍ରୟପୁର ଗ୍ରାମର ପ୍ରତାପ ଦାସଙ୍କ ଠାରୁ ଜାମୁକୋଳି ଗ୍ରାମର ବୈକୁଣ୍ଠ ଖଟେଇ ଏବଂ  କହ୍ନେଇ ନାୟକ ଉଭୟ ମିଶି ପରମହଂସ ବ୍ରହ୍ମ ବିଦ୍ୟାଳୟ ନାମକ ସଂସ୍ଥା ନାମରେ କିଣିଥିଲେ |ଉଭୟ ସେହି ଜମିର ମାର୍ଫତଦାର ମଧ୍ୟ ଥିଲେ |କିନ୍ତୁ ମାତ୍ର ୨ ମାସ ପରେ କହ୍ନେଇ ନାୟକ ଜାଲିଆତି କରି ପୁନର୍ବାର ସେହି ସମ୍ପୂର୍ଣ୍ଣ ଜମିକୁ ନିଜ ନାମରେ କବଲା କରିବା ସହ ପଟ୍ଟା କରିଦେଇଥିଲେ |ଯାହାକୁ ନେଇ ଉଭୟ ବୈକୁଣ୍ଠ ଏବଂ କହ୍ନେଇ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା |ଇତି ମଧ୍ୟରେ ଉଭୟ ବୈକୁଣ୍ଠ ଏବଂ କହ୍ନେଇ ଙ୍କର ମୃତ୍ୟୁ ହୋଇସାରିଛି |ତେବେ ଏପର୍ଯ୍ୟନ୍ତ ଜମିଜମା ମାମଲା ଫଇସଲା ହୋଇ ନଥିବା ବେଳେ ଗତ କିଛିଦିନ ହେଲାଣି ସେହି ବିବାଦୀୟ ଜମିରେ କହ୍ନେଇ ନାୟକଙ୍କ ପୁଅ ପ୍ରଭାତ, ପ୍ରତାପ, ଦିଲ୍ଲୀପ ଏବଂ ଅନ୍ୟମାନେ ବିହାର ରାଜ୍ୟର ବକ୍ସର ଅଞ୍ଚଳରୁ କିଛି ବାବାଜୀଙ୍କୁ ଆଣି ସେଠାରେ ଗୃହ ନିର୍ମାଣ କରୁଛନ୍ତି |ସ୍ଥାନୀୟ କିଛି ଅସାମାଜିକ ଲୋକଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ପ୍ରଭାତ ଏବଂ ସେହି ବାବାଜୀ ମାନେ ଜୋର ଜବରଦସ୍ତ ସେହି ଜମିକୁ ମାଡିବସିଛନ୍ତି |ସେପଟେ ମୃତ ବୈକୁଣ୍ଠ ଖଟେଇଙ୍କ ପୁଅ ସଞ୍ଜୟ ଖଟେଇ ଏହି ଘଟଣାକୁ ନେଇ ଅତିରିକ୍ତ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ସମସ୍ତ କାଗଜପତ୍ର ଦେଖାଇଥିଲେ |ଯାହାକୁ ଭିତ୍ତି କରି ଅତିରିକ୍ତ ଡିସିପି ଉକ୍ତ ଜମି ଉପରେ 144 ଧାରା ଅନୁସାରେ ତଦନ୍ତ କରିବାକୁ ଏୟାରଫିଲଡ ପୋଲିସକୁ ନିର୍ଦ୍ଧେଶ ଦେଇଥିଲେ। ତଦନ୍ତ ନ ସରିବା ଯାଏଁ ଉକ୍ତ ବିବାଦୀୟ ଜମିରେ କୌଣସି କାର୍ଯ୍ୟକ୍ରମ କିମ୍ବା ନିର୍ମାଣ ଇତ୍ୟାଦି ହୋଇପାରିବ ନାହିଁ | ତଦନ୍ତ ନିର୍ଦେଶ ହେବା ମାତ୍ରେ ଏୟାରଫିଲଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ |କିନ୍ତୁ ବିହାର ରୁ ଆସିଥିବା ବାବା ମାନେ 144 ଧାରାକୁ ବେଖାତିର କରି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ଶହ ଶହ ଲୋକଙ୍କ ପାଇଁ ଖାଦ୍ୟ ପେୟର ଆୟୋଜନ କରୁଛନ୍ତି |ଏପରିକି ଆଖପାଖ ଗ୍ରାମରେ ପ୍ରଚାର କରି ସମସ୍ତଙ୍କୁ ସେଠାକୁ ଆସିବାକୁ କୁହାଯାଉଛି |ଯାହାକୁ ନେଇ ସଞ୍ଜୟ ଖଟେଇ ଏବେ ପୁନର୍ବାର ଡିସିପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି |ସଞ୍ଜୟଙ୍କ କହିବା ଅନୁସାରେ ୧୪୪ ଜାରି ହୋଇଥିଲେ ସୁଦ୍ଧା ବିହାରୀ ବାବା ମାନେ କିଛି ମାନୁନାହାନ୍ତି |ପୋଲିସ ମଧ୍ୟ ଏହି ଘଟଣାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ | ଯାହାକୁ ନେଇ ସନ୍ଦେହ ଘେରରେ ପୋଲିସ ରୁ ଭୂମିକା ରହିଛି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧/୨୦୨୪---୯,୩୫ Sakhigopal News,7/1/2024

Blog Archive

Popular Posts