Breaking News

ସାକ୍ଷୀଗୋପିନାଥ ଓ ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମଙ୍କୁ ଜଗନ୍ନାଥଙ୍କ ନିମନ୍ତ୍ରଣ ପତ୍ର ଏ ପର୍ଯ୍ୟନ୍ତ ନାହିଁ , ରାଜ୍ୟ ସରକାର ଓ ଜଗନ୍ନାଥଙ୍କ ପ୍ରଶାସନ ଭୁଲିଯାଇଛନ୍ତି



 ସାକ୍ଷୀଗୋପାଳ---- ରାଜ୍ୟ ସରକାର ଏବେ ପୁରୀ ଶ୍ରୀ ଜଗନ୍ନାଥଙ୍କ ପୀଠର ଉନ୍ନତି କରଣ ସହିତ ଏକ ଇତିହାସ ରଚିବା ପାଇଁ ଯାଉଛନ୍ତି । ଯାହାକି ଆସନ୍ତା ୧୭ ତାରିଖରେ ସାରା ଭାରତ ଏହା ଦେଖିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ଓ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ମଠ ଓ ମନ୍ଦିର ମାନଙ୍କୁ ଏହି ପର୍ବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପଠାଉଛନ୍ତି । ଯାହାକି ଶ୍ରୀ ଜଗନ୍ନାଥ ସଂସ୍କୃତି ଇତିହାସରେ ଏହା ହେବ ଏକ ନୂତନ ଅଧ୍ୟାୟ । ବିଭିନ୍ନ ମଠ ମହନ୍ତ, ମହାରାଜା, ସେବାୟତ ପୂଜକ ମାନେ ଯୋଗ ଦେବେ । ମାତ୍ର ଦୁଖଃର ବିସୟ ଯେ ରାଜ୍ୟ ସରକାର ଓ ଶ୍ରୀ ମନ୍ଦିର ପ୍ରଶାସନ ସାକ୍ଷୀଗୋପାଳରେ ପୂଜିତ ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମଙ୍କୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ପତ୍ର ପଠାଯାଇନାହିଁ । ଯାହାକି ଜଗନ୍ନାଥ ପ୍ରେମୀ ମାନଙ୍କ ମନରେ ଦୁଖଃ ଆସିଛି । ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ସମୟରେ ଅଜାଙ୍କ ନିକଟରୁ ବା ସାକ୍ଷୀଗୋପାଳରୁ ବଉଳ କାଠ ଆସିବାର ପରମ୍ପରା ରହି ଆସିଛି । ଏହି କାଠ ଆସିଲେ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ଶେଷ ହେବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଟ ସେବାରେ ଏହି କାଠ ଲାଗିଥାଏ । ଠାକୁର ସ୍ନାନବେଦୀକୁ ପହଣ୍ଡି ଓ ରଥକୁ ପହଣ୍ଡି ସମୟରେ ଏହି କାଠ ବ୍ୟବହାର କରାଯାଇଥାଏ । ଏଣୁ ତୁରନ୍ତ ଶ୍ରୀ ଜଗନ୍ନାଥଙ୍କ ଅଜାଙ୍କ ସହିତ ସାକ୍ଷୀଗୋପାଳଙ୍କୁ ନିମନ୍ତ୍ରଣ କରିବା ପାଇଁ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ସତ୍ôୟାଦୀର ଜଗନ୍ନାଥ ପ୍ରେମୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୪---୮,୫୦     Sakhigopal News, 8/1/2024

Blog Archive

Popular Posts