ଦୁଇ ବାଇକ ଉପରେ ଚଢ଼ିଗଲା ଟ୍ରକ :ଜଣେ ମୃତ ଜଣେ ଗୁରୁତର
ଜଟଣୀ :
ଜଟଣୀ ଥାନା ବେଣାପଞ୍ଜରୀ ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା |ଦୁଇଟି ବାଇକ ଉପରେ ଚଢ଼ିଗଲା ଟ୍ରକ |ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି |ସୂଚନା ମୁତାବକ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳର ଜନୈକ ଯୁବକ ନିଜ ଶଶୁର ଘର ଜୋରକଣି ରୁ ଖୋର୍ଦ୍ଧା ଫେରୁଥିବା ବେଳେ ବେଣାପଞ୍ଜରୀ ନିକଟ ସିରାଯୁଦ୍ଦିନ ଫାର୍ମ ସାମ୍ନାରେ ଘଟିଛି ଏହି ଦୁର୍ଘଟଣା |ଗୋଟିଏ ବୁଲେଟ ଆଉ ଗୋଟିଏ ପଲସର ବାଇକ ରେ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା OR09F1343 ନମ୍ବର ବିଶିଷ୍ଟ ଟ୍ରକ ଟି ସାମ୍ନା ପଟରୁ ଉଭୟ ବାଇକ କୁ ଧକ୍କା ଦେଇଥିଲା |ଯୁବକ ଦୁଇଜଣଙ୍କର ସଠିକ ପରିଚୟ ମିଳି ନଥିବା ବେଳେ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧/୨୦୨୪----୮,୪୫ Sakhigopal News,29/1/2024