Breaking News

ସତ୍ୟବାଦୀ ହାନା ଟାଇକୋଣ୍ଡୋ ଏକାଡେମୀ ର ବଡ ସଫଳତା, ରାଜ୍ୟ ସ୍ତରରେ ଗୋଟିଏ ସ୍ଵର୍ଣ ପଦକ,୪ ଟି ରୌପ୍ୟ ପଦକ


 ସାକ୍ଷୀଗୋପାଳ ----ଓଡିଶା ଟାଇକୋଣ୍ଡୋ ସଙ୍ଘ ଏବଂ ପୁରୀ ଟାଇକୋଣ୍ଡୋ ସଙ୍ଘ ର ମମିଳିତ ଆନୁକୂଲ୍ୟରେ ଚଳିତ ମାସ ୬ ଏବଂ ୭ ତାରିଖ ପୁରୀ ରାଣୀସତୀ ଭବନ ଠାରେ ୩୫ ତମ ସିନିଅର,ଏବଂ ୩୬ ତମ ଜୁନିଅର ରାଜ୍ୟ ସ୍ତରୀୟ କିରୋଗୀ ଏବଂ ୨ୟ ସୁପର ସବ ଜୁନିଅର ରାଜ୍ୟସ୍ତରୀୟ ପୂମସଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା ରେ ପ୍ରାୟ ବିଭିନ୍ନ ଜିଲ୍ଲାରୁ ତିନି ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ l ଏଥିରେ ପୁରୀ ଜିଲ୍ଲା ର ସତ୍ୟବାଦୀ ସ୍ଥିତ ହାନା ଟାଇକୋଣ୍ଡୋ ଏକାଡେମୀ ର ମୁଖ୍ୟ କୋଚ ଦୀପକ କୁମାର ପ୍ରଧାନ ଙ୍କ ତତ୍ୱାବଧାନ ରେ ୫ ଜଣିଆ ଟିମ ଅଂଶ ଗ୍ରହଣ କରିଥିଲେ l   ସୁପର ସବ ଜୁନିଅର ଭିଭାଗ (4  ରୁ 7) ବର୍ଷ ମଧ୍ୟରେ ଅମ୍ଲାନ ଜ୍ୟୋତି ବରାଳ , ଆର୍ଯ୍ୟନ ଅଭିଜ୍ଞା ମିଶ୍ର, ରୀତିକ ରଞ୍ଜନ ଦାସ ରୋପ୍ୟ ପଦକ ପାଇଥିଲେ । ସେହିପରି ଜୁନିଅର ଭିଭାଗ ରେ ୫୧କିଲ ବର୍ଗ ରେ ଅମିୟ ରଞ୍ଜନ ବେହେରା ରୋପ୍ୟ ପାଇଥିବା ବେଳେ କୋଚ ଦୀପକ କୁମାର ପ୍ରଧାନ ସିନିଅର ଭିଭାଗ ରେ ସ୍ଵର୍ଣ ପଦକ ହାସଲ କରିଥିଲେ l ଓଡିଶା ଟାଇକୋଣ୍ଡୋ ସଙ୍ଘ ର ସାଧାରଣ ସଂପାଦକ ମନମୋହନ ଭଞ୍ଜ କୃତଜ୍ଞତା ଜଣେଇଛନ୍ତି ।ଏବଂ କୋଚ ଦୀପକ ପ୍ରଧାନ ଏବଂ ଏକାଡେମୀ ର ମୁଖ୍ୟ ସତ୍ୟନାରାୟଣ ମିଶ୍ର, ସୀତାକାନ୍ତ ମହାପାତ୍ର, ଉମାକାନ୍ତ ମିଶ୍ର, ହର ଭାଇନା ଏବଂ ରଘୁନାଥ ମଙ୍ଗରାଜ ଡ ଅଭିମନ୍ୟୁ ବରାଳ କୃତଜ୍ଞତା ଜଣାଇଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧/୨୦୨୪----୯,୧୦ Sakhigopal News,10/1/2024

Blog Archive

Popular Posts