ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ଭୋଟର ଦିବସ ପାଳିତ
ସାକ୍ଷୀଗୋପାଳ,---- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ୧୪ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l କଲେଜ୍ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଶଙ୍କର ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଓ ଗଣତନ୍ତ୍ର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ୍ୟ l ୨୦୧୧ ମସିହା ଡ଼ଃ ମନମୋହନ ସିଂହଙ୍କ ପ୍ରଧାନ ମନ୍ତ୍ରୀତ୍ବ ସମୟରେ ନିର୍ବାଚନ ଆୟୋଗର ଜନ୍ମ ଦିବସକୁ ଜାତୀୟ ଭୋଟର ଦିବସ ରୂପେ ପାଳନ କରାଯାଉଛି l ଏହି ଦିବସଟିର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ୧୮ ରୁ ୨୫ ବର୍ଷର ପୁଅଝିଅମାନଙ୍କୁ ନିର୍ବାଚନରେ ମତଦାନ ପାଇଁ ଆକୃଷ୍ଟ କରିବା। ମହାବିଦ୍ୟାଳୟର ଅଧ୍ୟାପକ ପ୍ର. ଧନୁର୍ଦ୍ଧର ମୁଦୁଲି, ପ୍ର. ସ୍ଵର୍ଣ୍ଣଲତା ମାହାରୀ, ଡ଼. ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଏ ସମ୍ବଦ୍ଧରେ ପିଲାମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ର. ଅମରନାଥ ପାଲ୍ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ସଂକଳ୍ପର ଶପଥ ପାଠ କରାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୧/୨୦୨୪---୮,୨୫ Sakhigopal News 25/1/2024