Breaking News

ଜିଲ୍ଲା ସ୍ତରୀୟ ସ୍କାଉଡ ଓ ଗାଇଡ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ

 
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ବରପଦର୍- ଅଛାଣ୍ଡପାଲି ଆଞ୍ଚଳିକ ହାଇସ୍କୁଲ ବରପଦର୍ ଠାରେ ୨୮/୧/୨୪ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସ୍କାଉଡ ଓ ଗାଇଡ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ ସଭାପତିତ୍ବ କରିଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ହେମବତୀ ମେହେର, ଉର୍ବଶୀ ପଣ୍ଡା ଓ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧlନ ମଞ୍ଚାସିନ ଥିଲେ ।  ବରଗଡ ଜିଲ୍ଲାର ୧୨ଟି ବ୍ଲକରୁ ଛାତ୍ର ଛାତ୍ରୀ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ  ମିଶି ପ୍ରାୟ ୪୮୦ ଜଣ  ଯୋଗ ଦେବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କୁବେଡେଗା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁଦ୍ରଦେଵ ସାହୁ  । ଭେଡେନ ବ୍ଲକର ସମସ୍ତ ସି. ଆର୍. ସି.ସି.,ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ପି.ଇ.ଟି.ଓ ପି.ଟି.ଆଇ. ମାନେ ଯୋଗ ଦେଇ ନିଜର ଅଭିମତ ପ୍ରକାଶ କରିଥିଲେ l କାର୍ଯ୍ଯକ୍ରମର ସଫଳ ରୂପାୟନ ସକାଶେ ଭେଡେନ  ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ ଉପସ୍ଥିତ ଥିବା ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୧/୨୦୨୪-----୮,୪୫ Sakhigopal News,19/1/2024

Blog Archive

Popular Posts