Breaking News

ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୀକ୍ଷା ଗ୍ରହଣ ଉତ୍ସବ


ଭଞ୍ଜନଗର---- - ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ସ୍କାଉଟ୍ ଗାଇଡ୍ ବିଭାଗ ପକ୍ଷରୁ ଦୀକ୍ଷା ଗ୍ରହଣ ଉତ୍ସବ ଆୟୋଜିତ ହୋଇଯାଇଛି । ଜିଲ୍ଲା ଗାଇଡ୍ ଟ୍ରେନିଂ କମିସନର୍ ସ୍ବପ୍ନାରାଣୀ ପାଣିଗ୍ରାହୀ , ଜିଲ୍ଲା ସଂଯୋଜକ ରାଜେଶ୍ ପାତ୍ର , ଗାଇଡ୍ ଶିକ୍ଷୟିତ୍ରୀ ସପନେଶ୍ବରୀ ଦିଗାଲ , ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ , ଗାଇଡ୍ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସଂକ୍ରାନ୍ତରେ ଅବଗତ କରାଇଥିଲେ । ମୋଟ ୨୪ ଜଣ ଗାଇଡ୍ ଏହି କାର୍ଯ୍ୟକ୍ରମରେ ଦୀକ୍ଷା ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗାଇଡ୍ କ୍ୟାପଟେନ୍  ସପନେଶ୍ବରୀ ଦିଗାଲ ପରିଚାଳନା କରିଥିବା ବେଳେ , ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧/୨୦୨୪---୯,୩୫ Sakhigopal News,21/1/2024

Blog Archive

Popular Posts