Breaking News

ସାକ୍ଷୀଗୋପାଳ ଠାକୁରଙ୍କ ପୁଷ୍ପାଭିଷେକ ବେଶ ଅନୁଷ୍ଠିତ



 ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ମନ୍ଦିରରେ ପୁଷ୍ପାଭିଷେକ ବେଶ ଗୁରୁବାର ଅପରାହ୍ନରେ ପାରମ୍ପାରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ସକାଳ ଧୂପ ପରେ ବୀରକିଶୋର ଭଲ୍ଲଭ ( ଭଣ୍ଡ ) ଧୂପ ପରେ ମହାପ୍ରଭୁଙ୍କୁ ଗାଧୁଆବସ୍ତ୍ର ପରିଧାନ ପରେ ଠା ହେବା ପରେ ପାଣି ପୂଜାବସିଥିଲା । ପୂଜାପଣ୍ଡ ସେବାୟତ ମାନେ ସୁଗନ୍ଧିତ ଅଧିବାସ ଜଳରେ ଶ୍ରୀଜିଉ ମା ରାଧାଦେବୀଙ୍କୁ ସ୍ନାନ କରାଇଥିଲେ । ପରେ ପରେ ୧୧ଗୋଟି ଗରା ଅଭିମନ୍ତ୍ରିତ  ସୁଗନ୍ଦିତ ପାଣି ଗରାକୁ ପୁନଃବାର ଠାକୁରଙ୍କୁ ସ୍ନାନ କରାଇଥିଲେ । ଠାକୁରଙ୍କୁ ନୂତନ ପାଟ ବସ୍ତ୍ର ପରିଧାନ କରିବା ପରେ ଠା ହେବା ପରେ ଦ୍ୱୀପହର ଧୂପ କରାଯାଇଥିଲା । ଧୂପ ଶେଷରେ ଆଳତି ଓ ଉପଚାର  ଜାତଭୋଗ, ଆଳତୀ ଅନ୍ତେ ପବିତ୍ର ପୂର୍ଣ୍ଣମୀ ଅବସରରେ ଗେଣ୍ଡୁ, ହେନା, ଡାଲିଆ , ରଙ୍ଗଣୀ, ଚମ୍ପା ,ଟଗର, ସେବତୀ ଆଦି ବିଭିନ୍ନ ରଙ୍ଗବେରଙ୍ଗର ଫୁଲରେ ଠାକୁରଙ୍କ ପାଇଁ ତିଆରି କରାଯାଇଥିବା  ମାଳ, ଟୋପି, ଛତି, ତ୍ରାସ , କାନ କୁଣ୍ଡଳ, ଘୋଡ ଆଦି ଲଗା ଯାଇଥିଲା । ଠାକୁରଙ୍କୁ ପୁଷ୍ପରେ ସଜାଇ ଦିଆଯାଇଥିଲା ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।  ବର୍ଷକୁ ଥରେ ଏହି ବେଶ ଦେଖିବା ପାଇଁ ସୁଯୋଗ ମିଳୁଥିବାରୁ ମନ୍ଦିରରେ ଭକ୍ତ ମାନଙ୍କର  ଗହଳି ଲାଗିଥିଲା । ଅନ୍ୟ ପକ୍ଷେ ବିଭିନ୍ନ ଭକ୍ତ ମାନଙ୍କ ପକ୍ଷରୁ ମାନସିକ ଭାବେ ଠାକୁରଙ୍କୁ  ବିଭିନ୍ନ ସୁଗନ୍ଦିତ ପୁଲ ପ୍ରଦାନ କରାଯାଇଥାଏ । ଏହା ସହିତ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଠାକୁରଙ୍କ ପାଇଁ ପୁଲର ବନ୍ଦୋବସ୍ଥ ମଧ୍ୟ କରାଯାଇଥାଏ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୪---୭,୧୦   Sakhigopal News, 25/1/2024

Blog Archive

Popular Posts