Breaking News

ସରପଞ୍ଚଙ୍କ ସ୍ୱାମୀ ଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି


ବଲାଙ୍ଗିର: --- ବଲାଙ୍ଗୀର ଜ଼ିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ ଓ ତାଙ୍କ ସମର୍ଥକ ମିଶି ବ୍ଲକର  ରାତ୍ର ଜଗୁଆଳି ସୁମନ୍ତ ଭୋଇ (୫୪)ଙ୍କୁ  ଆକ୍ରମଣ ଘଟଣା ରେ ସରପଞ୍ଚ ଙ୍କ ସ୍ୱାମୀଙ୍କ ସହ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ମାନେହେଲେ   ଟିକେଶ୍ୱର ସାହୁ   ଓ ବବଲୁ ରଣା ବୋଲି ଜଣାପଡିଛି ।
 ସୂଚନା ଅନୁସାରେ  ବୁଧୁବାର ରାତି ୯ଟା ୧୫ରେ ରାତ୍ର ଜଗୁଆଳି ଶ୍ରୀ ଭୋଇ ବ୍ଲକ କାର୍ଯାଳୟକୁ ଯାଉଥିବା ବେଳେ ତହସିଲଦାରଙ୍କ ସରକାରୀ ବାସଭବନ ସମୁଖରେ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ ଓ ଅନ୍ୟ  ଜଣେ ମିଶି ନିସ୍ତୁକ ମାଡ଼ ମାରିଥିଲେ। ଏହି ସମୟରେ ତହସିଲଦାର ବାସଭବନ କୁ ଫେରୁଥିବା ବେଳେ ତହସିଲଦାର ଙ୍କ ଡ୍ରାଇଭର ଗାଡି ଅଟକାଇ ବାରୁ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ ।  ଏ ସମ୍ପର୍କରେ ଗୁରୁବାର ଶ୍ରୀ ଭୋଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ  ଏକ ମାମଲା ୠଜୁକରି  ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ପରେ କୋର୍ଟ ଚାଲାଣ କରିଛନ୍ତି । ରାତ୍ରି ଜଗୁଆଳିଙ୍କୁ କାହିଁକି ଆକ୍ରମଣ କରାଯାଇଛି ସେ ସମ୍ପର୍କରେ ଜଣାପଡ଼ି ନାହିଁ।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୫/୧/୨୦୨୪---୮,୪୫ Sakhigopal News,5/1/2024

Blog Archive

Popular Posts