Breaking News

ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ - ଓ କାର୍ଯ୍ୟକ୍ରମ ଉଦଯାପିତ



ଭଞ୍ଜନଗର - ଭଞ୍ଜନଗର ବ୍ଳକ ଅନ୍ତର୍ଗତ ମୁଜାଗଡ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ , ନୂଆଁ -ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଡ଼ିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଥିବା ଯୁବ ଓଡ଼ିଶା , ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ କ୍ରୀଡା , ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ - ୨୦୨୩ ଆୟୋଜିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଅତିଥି ଭାବେ , ଭଞ୍ଜନଗର ବ୍ଳକ ଅଧ୍ୟକ୍ଷ - ନରିସଭା ନାୟକ ଯୋଗ ଦେଇଥିବା ବେଳେ , ଜିଲ୍ଲାପରିଷଦ ଶୈଳବାଳା ବିଷୋୟୀ ମୁଖ୍ୟବକ୍ତା , ସମ୍ମାନୀତ ଅତିଥି ଭାବେ ମୁଜାଗଡ ସରପଞ୍ଚ ସୁକାନ୍ତି ସେଠୀ , ସମିତି ସଭ୍ୟ - ବଟକୃଷ୍ଣ ଦଳବେହେରା , ଅନୁଷ୍ଠାନର  ଅଧ୍ୟକ୍ଷା ବୈଜୟନ୍ତୀବାଳା ପ୍ରିୟଦର୍ଶିନୀ ଏବଂ ନେଡାଲ୍ ଅଫିସର ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେବାଦ୍ବାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଗୁଣର ବିକାଶ ହୋଇପାରିବ । ଏହାସହ କ୍ରୀଡ଼ା , ସାମାଜିକ ସେବା ଓ ସାଂସ୍କୃତିକ ଚିନ୍ତାଧାରା ହିଁ ପିଲାଙ୍କୁ ଆଗକୁ ବଢିବାର ଏକ ମାଧ୍ୟମ ହୋଇପାରିବ ବୋଲି  ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ।  କାର୍ଯ୍ୟକ୍ରମ ଶେଷରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଅଧ୍ୟାପକ ସନ୍ତୋଷ କୁମାର ଆପଟ୍ଟ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଦିଗାଳ , ପ୍ରମୋଦ କୁମାର ପ୍ରଧାନ , ସନ୍ତୋଷ କୁମାର ମହାରଣା , ଭାବିନି ସାହୁ , ଉଷାରାଣୀ ଶତପଥୀ ଏବଂ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ କର୍ମଚାରୀ ମାନେ ପରିଚାଳନା ଏବଂ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୪---୬,୨୦ Sakhigopal News,14/1/2024

Blog Archive

Popular Posts