ଧନୁଯାତ୍ରାର ତୃତୀୟ ସନ୍ଧ୍ୟାରେ ଉଗ୍ରେସେନ ମହାରାଜ ଦରବାରରେ ପ୍ରଜା ମାନଙ୍କ କଥା ବୁଝିଥିଲେ
ବରଗଡ଼ --ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ସମିତି ର ୨୮ ତମ ଧନୁଯାତ୍ରା ଅନୁଷ୍ଠିତ ।ତୃତୀୟ ସନ୍ଧ୍ଯାରେ ଉଗ୍ରେସେନ ମହାରାଜ ଦରବାରରେ ପ୍ରଜା ମାନଙ୍କ କଥା ବୁଝିଥିଲେ। ଏହା ପରେ ମହାରାଜ କଂସ ଙ୍କୁ ଶୂନ୍ଯବାଣୀ ହୋଇଥିଲା। ଦେବକୀଙ୍କ ଅଷ୍ଟମ ଗର୍ଭ ର ସନ୍ତାନ ତତେ ମାରିବ। ମହାରାଜ କଂସଙ୍କର ରାଜ୍ୟାଭିଷେକ ହୋଇଥିଲା। ମହାରାଜ କଂସ ଶୂନ୍ଯବାଣୀ କୁ ମନେ ପକାଇ ଦେବକୀ, ବସୁଦେବଙ୍କୁ ବନ୍ଦୀଶାଳା ରେ ବନ୍ଦୀ କରି ରଖିଥିଲା । ଦେବକୀଙ୍କ ପ୍ରଥମ ପୁତ୍ର କୁ ହତ୍ଯା କରିଥିଲା। ଦେବକୀ ଭୂମିକା ସଂନ୍ଧ୍ଯା ଦଳବେହେରା ଓ ବସୁଦେବ ଭୂମିକାରେ ଅରକ୍ଷିତ ସାହୁ ରହିଛନ୍ତି । ମହାରାଜ କଂସ ଭୂମିକାରେ ଭଟଲି ନୂଆଁଗଡ ର ଶମ୍ଭୁପ୍ରସାଦ ଖମାରୀ ଙ୍କ ଅଭିନୟ ଉଚ୍ଚ କୋଟୀର ହେଉଥିବାରୁ ଦିନ କୁ ଦିନ ଧନୁଯାତ୍ରା ରେ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କଂସ ମହାରାଜ ପ୍ରଜାମାନଙ୍କ ସୁଖଦୁଃଖ କଥା ବୁଝି ଥିଲେ।
ଏହି ସମୟରେ ଧନୁଯାତ୍ରା ମହୋତ୍ସବ ସମିତି ର ସଭାପତି ଅନିରୁଦ୍ଧ ସାହୁ,ଉପସଭାପତି ଜୀତେନ୍ଦ୍ର ପୋଢ, ସମ୍ପାଦକ ଲଲିତ ମେହେର, ପୂର୍ଣ୍ଣ ଚନ୍ଦ୍ର ଯୁଆଡି, ଧର୍ମରାଜ ଭୂଏ, ଦୁଃଖୀ ଶ୍ଯାମ ମେହେର, ଗଣପତି ପୋଢ, ବାବୁଲୁ ମେହେର, ଟୁନୁ ଭୂଏ,ସୁରେନ ପୋଢ ପ୍ରମୁଖ ସମସ୍ତ ସ୍ଵେଚ୍ଛାସେବୀ ଓ ଧନୁଯାତ୍ରା ମହୋତ୍ସବ ସମିତି ସଦସ୍ୟ ମାନେ ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି । ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧/୨୦୨୪---୮,୨୦ Sakhigopal News,4/1/2023