Breaking News

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ଯୁବ ଦିବସ ପାଳିତ

 ଡେଲାଙ୍ଗ ---- ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ ଓ ରେଡକ୍ରସ୍ ୟୁନିଟ ଆନୁକୁଲ୍ୟ ରେ ଓଡିଶା ଏଡସ ନିୟନ୍ତ୍ରଣ ସମାଜ(OSACS) ପକ୍ଷରୁ ମହାବିଦ୍ୟାଳୟ ଐତିହ କକ୍ଷ ରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ରେଡକ୍ରସ ୟୁନିଟ୍ ର ସଭାପତି ଡଃ. ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ଭାବରେ  ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଯୋଗଦେଇଥିଲେ ।  ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପିକା କବିତା ମିଶ୍ର ଓ ରାଜନୀତି ବିଜ୍ଞାନ ଅଧ୍ୟାପିକା ଭବାନୀ ପ୍ରୀୟଦର୍ଶିନୀ ମହାନ୍ତି ଓ ଅର୍ଥନୀତି ବିଭାଗ ଅଧ୍ୟାପିକା ଦିପ୍ତୀ ନାୟକ ପ୍ରମୂଖ ଯୋଗଦେଇ ଜାତୀୟ ଯୁବ ଦିବସ ଅବସରରେ ଉପସ୍ଥିତ ସ୍ବେଚ୍ଛାସେବୀ ମାନଙ୍କୁ ଏହି ଦିବସ ର ଗୁରୁତ୍ୱ ଏବଂ ସମାଜ ପରିବର୍ତନ ରେ ଯୁବ ସମାଜର ଭୂମୀକା ସଂକ୍ରାନ୍ତରେ ସବିଶେଷ ଅବତାରଣା କରିଥିଲେ।ମହାବିଦ୍ୟାଳୟ ରେଡ କ୍ରସ୍ ୟୁନିଟ ଓ ରେଡ ରିବନ କ୍ଲବ ର ସଂଯୋଜକ ଅଧ୍ୟାପକ ତ୍ରିନାଥ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ  କରିଥିଲେ।  ମହାବିଦ୍ୟାଳୟ ର ରେଡକ୍ରସ୍ ୟୁନିଟ୍ ର ସ୍ବେଚ୍ଛାସେବୀ ଶୁଭଲକ୍ଷ୍ମୀ ବାହୀନିପତୀ, କୈବଲ୍ୟ ଦାସ , ସୋନାଲିନ ଆଚାର୍ଯ୍ୟ,ସୋନାଲି ମଲିକ୍,ସ୍ଥିତି ପ୍ରଜ୍ଞା ମହାପତ୍ର ,ରିଂକି ବରାଳ, ଅକାଶ ପ୍ରଧାନ, କସ୍ତୁରୀ ମହାପାତ୍ର,ସୁଦିପ ମଲ୍ଲିକ,ରଂଜିତ ପରିଡା ଓ ବୈଜୟନ୍ତି ପ୍ରଧାନଙ୍କ ସମେତ ୫୦ଜଣ ସ୍ୱେଛାସେବୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ଏହାସହିତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।।ପରିଶେଷ ରେ ଯୁବ ଦିବସ ଉପଲକ୍ଷେ ଆୟୋଜିତ ତର୍କ,ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।  ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରେ ଦିପ୍ତୀମୟୀ ପରିଡା ,ତର୍କ ରେ ସ୍ୱର୍ଣଲତା ସାହୁ ଓ ଚିତ୍ରାଙ୍କନ ରେ ପୂଜା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୪----୭,୧୦ Sakhigopal News,13/1/2024

Blog Archive

Popular Posts