ସତ୍ୟବାଦୀରେ ଅଳଗୁମ, କାଦୁଆ, ବିଶ୍ୱନାଥପୁର ଓ ମହୁରା ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ବୁଲିଲା
ସାକ୍ଷୀଗୋପାଳ ---- ସତ୍ୟବାଦୀର ବ୍ଳକର ଅଳଗୁମ, କାଦୁଆ, ବିଶ୍ୱନାଥପୁର ଓ ମହୁରା ଚାରୋଟି ଗ୍ରାମ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ବିପୁଳ ଭାବେ ଗ୍ରାମବାସୀ ମାନେ ସ୍ୱାଗତ କରିଛନ୍ତି । ଏପରିକି ଦିନ ମଜୁରୀଆ ମାନେ ତାଙ୍କ ଗ୍ରାମକୁ ରଥ ଆସୁଛି ଏଣୁ କାମଧନ୍ଦା ବନ୍ଦ କରି ସେହି ଜଗତରନାଥ ଜଗନ୍ନାଥଙ୍କ ସେବାରେ କିଛି ସମୟ ଦେବା ପାଇଁ ଅପେକ୍ଷା କରିଥିବାର ଦେଖାଯାଇଥିଲା । ସମସ୍ତଙ୍କ ମୁହିଁରେ ଗୋଟିଏ ସ୍ୱର ଜୟ ଜଗନ୍ନାଥ । ଏହି ରଥ ସହିତ ମା ମାନେ ସୁସଜିତ ଗଉଣି, ମାଣ ଓ ପେଡିରେ ଦୁଆର ମାନଙ୍କରୁ ଚାଳଉ, ଗୁଆ, ନଡିଆ ଓଧୂପକାଠି ସହିତ ରଥରେ ଥିବା ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଫୁଲ ମାଳ ପକାଇବା ସହ ଘରର ମହିଳା ଝିଅ ଓ ବୋହୁ ମାନେ ବନ୍ଦାପନା କରିଥିବାର ଦେଖାଯାଇଥିଲା ଏପରିକି ଗ୍ରାମ ଦାଣ୍ଡ ଆଜି ସଫାସୁତରା ହେବାସହ ରଙ୍ଗେଲି ଝୋଟିରେ ଚମକି ଉଠିଥିଲା । ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଅଳଗୁମ ଗ୍ରାମ ପଞ୍ଚାୟତର ମା ଜାଗେଶ୍ୱରୀ ଓ ଗତିଶ୍ୱର ଦେବଙ୍କ ପୀଠରୁ ରଥର ଶୁଭାରମ୍ଭ କରିବା ସହ ନିଜେ ଜଣେ ବିଧାୟକ ଭାବେ ନ ବୁଲି ଜଣେ ସାଧାରଣ ଜଗନ୍ନାଥଙ୍କ ଭକ୍ତଙ୍କ ପରି ଗ୍ରାମ ଦାଣ୍ଡରେ ରଥ ସହିତ ଚାଲି ଚାଲି ବୁଲିଥିଲେ । ଏପରିକି ସଂଗ୍ରହ କରାଯାଉଥିବା ଚାଉଳ, ଗୁଆ ରଖୁଥିଲେ । ତାଙ୍କ ସହିତ ସ୍ଥାନୀୟ ସରପଞ୍ଚ ସରସ୍ୱତୀ ବିଶ୍ୱାଳ, ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ, ଅଳଗୁମ ଗ୍ରାମ ପଞ୍ଚାୟତର ସଭାପତି ଗିରିଧାରୀ ପ୍ରଧାନ, ଯୁବ ସଭାପତି ଯଯାତୀ କେଶରୀ ରାୟ, ନାଏବ ସରପଞ୍ଚ ଧିରଞ୍ଜନ ବିଶ୍ୱାଳ, ସଦାଶିବ ପ୍ରଧାନ, ପୂଣ୍ର୍ଣଚନ୍ଦ୍ର ପ୍ରଧାନ, କବି ସଚ୍ଚିକାନ୍ତ ବିଶ୍ୱାଳ, ଏମବିକେ ସ୍ୱର୍ଣ୍ଣପ୍ରଭା ଗିଲ, ପିଇଓ ଚକ୍ରଧର ପାଇକରାୟଙ୍କ ସହିତ ମିଶନ ଶକ୍ତି ମହିଳା ମା ମାନଙ୍କ ସହିତ ସଂକୀର୍ତ୍ତନ ମଣ୍ଡଳୀ ରଥ ସହିତ ଗ୍ରାମ ପରିକ୍ରମା କରିଥିଲେ । ଖଣ୍ଡାୟତ ସାହି, ଐଶ୍ୟନପଡା, ଧୋବାସାହି, ବାଉଁଶଗଡିଆ, ବଉଳସାହି, ବାରବାଟି, ଜେନାସାହି, ବାଟୁଳିପଡା, ଟିକରପଡା,ମାଳିସାହି, ବସନ୍ତମାଳକାହ୍ନପୁର ଓ ଜିପୁର ଆଦି ଗ୍ରାମ ଏହି ରଥ ବୁଲିଥିଲା । ସେହିପରି କାଦୁଆ ଗ୍ରାମ ପଞ୍ଚାୟତରେ ସତ୍ôୟାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ସରପଞ୍ଚ ଙ୍କ ସହିତ ବିଭିନ୍ନ ୱାର୍ଡ ସଭ୍ୟ ସଭ୍ୟା ଓ ମିଶନ ଶକ୍ତିର ମା ଓ ଯୁବକ ମାନେ ଏହି ରଥ ସହିତ ବିଭିନ୍ନ ଗ୍ରାମ ବୁଲି ମୁଖ୍ୟମନ୍ତ୍ରୀଙ୍କ ବାତ୍ର୍ା ଅନୁଯାୟୀ ଗୁଆ, ଚାଉଳ ସଂଗ୍ରହ କରିଥିଲେ । ଅନୁରୂପ ଭାବେ ବିଶ୍ୱନାଥପୁର ଓ ମହୁରା ଗ୍ରାମ ପଞ୍ଚାୟତରେ ମଧ୍ୟ ସେହିପରି ଜଗନ୍ନାଥ ସମର୍ପଣ ରଥ ପରିକ୍ରମା କରିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧/୨୦୨୪---୯,୨୫ Sakhigopal News, 10/1/2024