Breaking News

ଠାକୁର ଅନୁକୂଳଚନ୍ଦ୍ରଙ୍କର ସାକ୍ଷୀଗୋପାଳଆଗମନୀ ଶତବାର୍ଷିକ ସ୍ମୃତି ମହୋତ୍ସବ

 


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଛକ ନିକଟ ସତସଙ୍ଗ ବିହାର ପରିସରରେ  ପରମ ପ୍ରେମମୟ  ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ସାକ୍ଷୀଗୋପାଳ ଆଗମନୀ ଶତବାର୍ଷିକ ସ୍ମୃତି ମହୋତ୍ସବ ପାଳିତ ହୋଇଯାଇଛି । ସକାଳ ୪.୩୦ରେ ସାହାନାଇ, ୫.୩୦ରେ ଉଷାକୀର୍ତ୍ତନ, ୬.୨୨ରେ ପ୍ରାତକୀର୍ତ୍ତନ ( ପ୍ରାର୍ଥନା ), ଦିବା ୧୦ ଘଣ୍ଟିକା ସଂଗୀତାଞ୍ଚଳୀ , ୧୧ ଘଟିକାରେ ସତସଙ୍ଗ ବିହାର ମଧ୍ୟମରେ ଥିବା ସଭାଗୃହରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାର୍ଷିକପୁସ୍ତିକା ତପୋଦିପାବଳୀ ଦେଓଘରର ପତିରତିକି ବିନାୟକ ମହାପାତ୍ର ଓ ଅନ୍ୟ  ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି । ଦେଓଗଡର ସହପତିରିତିକ ଶ୍ରୀଧର ସୁନ୍ଦର ମିଶ୍ର ପ୍ରମୁଖ ଯୋଗଦେଇ ଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ମଣିଷ ସତମାଗରେ ଆଗେଇ ପାରିବ ବୋଲି କହିଥିଲେ । ପୁରୀ ସତସଙ୍ଗ ଠାକୁର ବାଡିର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାଧେଶ୍ୟାମ ମିଶ୍ର, ହରେକୃଷ୍ଣ ମହାନ୍ତି, ଉଦୟନାଥ ମିଶ୍ର, ନଗେନ କୁମାର ମହାନ୍ତି , ଉମା ଶଙ୍କର ମିଶ୍ର,ଶିଶିର କୁମାର ମିଶ୍ର ଭ୍ରମର ସ୍ୱାଇଁ, ରାମଚନ୍ଦ୍ର ଦୀକ୍ଷିତ, ସୁକାନ୍ତ ନାୟକ, ଦୀଲିପି କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମହୋତ୍ସବ କମିଟିର ସ୍ଥାୟୀ ସଭାପତି ପ୍ରହଲ୍ଲାଦ ଘଟୁଆରୀଙ୍କ ତତ୍ୱବଧାନରେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା ।  ସଂଧ୍ୟାରେ ଆଳତି କରାଯିବା ପରେ ସମବେତ ବିନତି ପ୍ରାର୍ଥନା, ଗ୍ରନ୍ଥ ପାଠ ଓ ସତସଙ୍ଗ କରାଯାଇଥିଲା ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୪---୭,୧୦    Sakhigopal News, 25/1/2024

Blog Archive

Popular Posts