Breaking News

ଆମ ସଂକଳ୍ପ ବିକଶିତ ଭାରତ ରଥ ସତ୍ଯବାଦୀର ଜୟପୁର ପଞ୍ଚାୟତରେ ପରିକ୍ରମା


    ସାକ୍ଷୀଗୋପାଳ ---ଆମ ସଂକଳ୍ପ ବିକଶିତ ଭାରତ ରଥ  ସତ୍ଯବାଦୀ ବ୍ଲକରେ ମଙ୍ଗଳବାର ଦିନ ଜୟପୁର ପଞ୍ଚାୟତରେ ପରିକ୍ରମା କରିଛି  । ବ୍ଲକର ୨୪ଗୋଟି ପଞ୍ଚାୟତ କୁ ଏହି ରଥ ପରିକ୍ରମା କରିବ ବୋଲି ଜଇପଇଓ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜୟପୁର ପଞ୍ଚାୟତରୁ  ରଥ ଶୋ କରିବା ସହ ପ୍ରଧାନମନ୍ତ୍ରୀ ବାର୍ତ୍ତା ପ୍ରଦାନ କରାଯାଇଛି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ଭତ୍ତା ପାଇବା ପାଇଁ ଯୋଗ୍ଯ ହେଲେ ପାଇପାରୁ ନାହାଁନ୍ତି, ରାସନ କାର୍ଡ, ଉଜଳା ଗ୍ଯାସ, ପ୍ରଧାନମନ୍ତ୍ରୀ କିଷାନ କାର୍ଡ଼ ପାଇପାରି ନଥିବା ଲୋକଙ୍କ ନିକଟରୁ ଦରଖାସ୍ତ ଗ୍ରହଣ କରାଯାଇ ଥିଲା  । ଏହା ମୋଦି ସରକାରଙ୍କ ଗ୍ଯାରେଣ୍ଟି ବୋଲି ସୂଚନା ପ୍ରଦାନ କରାଯାଇଛି  । ଏଥିରେ ଜୟପୁର ପଞ୍ଚାୟତର ସମିତି ସଭ୍ଯ ଦୀପକ ଶତପଥୀ, ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ସୌଭାଗ୍ୟ ରଞ୍ଜନ କର, ସିଡିପିଓ କାର୍ଯ୍ଯାଳୟର ସୁପରଭାଇଜର ମିତା ନାଗ ଓ ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀମାନେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ନୂଆଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର କମ୍ଯୁନିଟ ହେଲଥ ଅଫିସର ରଣଜିତ ସାହୁ ଉପସ୍ଥିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଦ ବଣ୍ଟନ କରିଥିଲେ  । ସାକ୍ଷରତା ସଚେତନତା, ଶିଶୁ ପାଇଁ ଦିନଟିଏ, ସୁ ପୋଷଣ, ସ୍ତନ୍ଯପାନ ଦିବସ ଗୁଡିକ ବିଷୟକୁ ଆଧାର କରି ନାଚ ଗୀତ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ' ଆମ ସଂକଳ୍ପ ବିକଶିତ ଭାରତ' ପକ୍ଷରୁ କରାଯାଇ ଥିଲା  ।  ଏହି ଅବସରରେ ଜୟପୁର ପଞ୍ଚାୟତର ଶତାଧିକ ଲୋକମାନେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧/୨୦୨୪----୮,୧୦ Sakhigopal News,2/1/2023

Blog Archive

Popular Posts