Breaking News

ବାସ୍କେଟ୍ ବଲ୍ ଏବଂ ଲନ୍ ଟେନିସ୍ କମ୍ପ୍ଲେକ୍ସ ଉଦଘାଟିତ

 
ଜଟଣୀ---:ବାସ୍କେଟ୍ ବଲ୍ ଏବଂ ଲନ୍ ଟେନିସ୍ କମ୍ପ୍ଲେକ୍ସ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷ ପାଇଁ ଶୀତକାଳୀନ କ୍ରୀଡା ଆରମ୍ଭ ହୋଇଛି।ଏଥିରେ ଆନ୍ତ ବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।ରେଳ କର୍ମଚାରୀଙ୍କ ମଧ୍ୟରେ କ୍ରୀଡାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଏକ ନୂତନ "ବାସ୍କେଟ୍ ବଲ୍ ଏବଂ ଲନ୍ ଟେନିସ୍ କମ୍ପ୍ଲେକ୍ସ" ଉଦଘାଟନ କରାଯାଇଛି | ଏହି ନୂତନ "ବାସ୍କେଟ୍ ବଲ୍ ଏବଂ ଲନ୍ ଟେନିସ୍ କମ୍ପ୍ଲେକ୍ସ"  କୁ, ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ,  ହେଚ୍. ଏସ. ବାଜ୍ୱା ଏବଂ ପୂର୍ବତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ  ସଭାନେତ୍ରୀ ଗୁର୍ ସିମ୍ରନ୍ କୌର,  ଶୁଭ୍ରଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା),   ହିମାଦ୍ରୀ ଭୂଷଣ ବିଶ୍ଵାଳ, କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତି ରେ ଉଦଘାଟନ କରିଥିଲେ । ଏହି ଅବସରରେ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ଦ୍ୱାରା "ଶୀତକାଳୀନ କ୍ରୀଡା ଉତ୍ସବ -୨୦୨୪" ମଧ୍ୟ ଉଦ୍ଘାଟିତ ହୋଇଯାଇଛି । ଯେଉଁଥିରେ ବିଭିନ୍ନ ବୟସ ବର୍ଗର ରେଳ କର୍ମଚାରୀଙ୍କ ଏଵଂ ତାଙ୍କ ୱାର୍ଡଗୁଡିକ ପାଇଁ ବ୍ୟାଡମିଣ୍ଟନ୍, କାରୋମ୍, ଚେସ୍, ଲନ୍ ଟେନିସ୍ ଇତ୍ୟାଦି ବିଭିନ୍ନ ପ୍ରକାର ଇନଡୋର ଏବଂ ଆଉଟଡୋର ​​ଖେଳ ଅନୁଷ୍ଠିତ ହେବ ।ମଣ୍ଡଳ ର ବିଭିନ୍ନ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ଭଲିବଲ୍ ଏବଂ ବାସ୍କେଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ହେବ ।ସମସ୍ତ ଟୁର୍ନାମେଣ୍ଟ ୨ ଫେବୃଆରୀ  ପର୍ଯ୍ୟନ୍ତ ଜାରି ରହିବ |ଉକ୍ତ ସମସ୍ତ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧/୨୦୨୪---୮,୫୫ Sakhigopal News,27/1/2024

Blog Archive

Popular Posts