Breaking News

ବୋଲେରୋ ରେ ମାଂସ ଧରି ଯାଉଥିବା ବେଳେ ଅଟକାଇଲେ ସ୍ଥାନୀୟ ଲୋକେ



ଭଞ୍ଜନଗର- ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ ସହିତ ପୂଜାପାଠ ଚାଲିଛି । ଏହି ସମୟରେ ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଜାଡଧାର ଗାଁ ଛକ ନିକଟରେ ଘଟିଥିଲା ଏକ ନକରାତ୍ମକ ପରିସ୍ଥିତି ।  ସ୍ଥାନୀୟ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଦିବସ ଉତ୍ସବ ପାଇଁ ଭୋଜିଭାତ ର ଆୟୋଜନ ଚାଲିଥିଲା । ଏଥିପାଇଁ ଏକ ବୋଲେରୋ ଗାଡ଼ିରେ ପ୍ରାୟ ୪୫ କିଲୋ ମାଂସ ନିଆଯାଉଥିଲା । ଏଭଳି ସମୟରେ କୋୖଣସି  ସୂତ୍ରରୁ ଖବର ପାଇ  ଜାଡଧାର ଗାଁ ଛକ ନିକଟରେ ସ୍ଥାନୀୟ କିଛି ଲୋକ ଉକ୍ତ ଗାଡିକୁ ଅଟକାଇଥିଲେ  । ଏନେଇ ତାରାସିଙ୍ଗି ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ପହଞ୍ଚି ଉକ୍ତ ମାଂସ କୁ ଜବତ କରିବା ସହ ସମସ୍ତ ମାଂସ କୁ ନଷ୍ଟ କରିଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ନଘଟିବ ସେନେଇ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପୋଲିସ ର ହସ୍ତକ୍ଷେପ ପରେ ସ୍ବାଭାବିକ ପରିସ୍ଥିତି ଫେରି ଆସିଥିଲା  ବୋଲି  
 ଥାନାଧିକାରୀ ଅଶ୍ବିନୀ ଭର୍ତିଆ  ଙ୍କ ଠାରୁ ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୪---୯,୪୫ Sakhigopal News,22/1/2024

Blog Archive

Popular Posts