ସତ୍ୟବାଦୀରେ ଦୁଇଟି ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ଗାଁ ଗାଁରେ ହୁଳହୁଳି ସହିତ ସଂକୀର୍ତ୍ତନ, ହରିବୋଲ ଜୟ ଜଗନ୍ନାଥରେ କମ୍ପି ଉଠିଲା
ସାକ୍ଷୀଗୋପାଳ---- ରାଜ୍ୟ ସରକାର ନେଇଥିବା ଏକ ଦିଗନ୍ତ ତଥା ନୂତନ ଇତିହାସ ଜାନୁଆରୀ ୧୬ ତାରିଖରେ ରଚିବାକୁ ଯାଉଛନ୍ତି । ଏହି ଅବସରରେ ଜୟ ଜଗନ୍ନାଥ ଅର୍ପଣ ରଥ ଏବେ ସତ୍ୟବାଦୀରେ ପହଞ୍ଚିଛି । ଦୁଇଟି ରଥ ସୁସଜିତ ହୋଇ ଆସିଛି । ଗୋଟିଏ ରଥ ସତ୍ୟବାଦୀ ବ୍ଳକ ପରିସରରୁ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଦୀପ, ଧୂପ, ଓ ନଡିଆ ବାଡେଇ ଉକ୍ତ ରଥର ଶୁଭାରମ୍ଭ କରିଥିଲେ । ପ୍ରଥମେ ଶ୍ରୀ ପଣ୍ଡା ଅର୍ପଣ ରଥରେ ୫୦୧ ଟଙ୍କା ପ୍ରଦାନ କରି ପ୍ରଣିପାତ କରିଥିଲେ । ତାଙ୍କ ସହିତ ବ୍ଳକର ଅତିରିକ୍ତ ବିଡିଓ ଶୌଲୀଳ କୁମାର ଦାଶ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକର ଜେଇ ଓ ଅନ୍ୟ କର୍ମଚାରୀଙ୍କ ସହିତ ଦୁଗଲ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ଖଟେଇ, ସୁବାଷ ପ୍ରଧାନ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସମାନ୍ତରାୟ ଓ ମିଶନ ଶକ୍ତି ମହିଳା ମା ମାନଙ୍କ ସହିତ ସଂକୀର୍ତ୍ତନ ଗୁରୁ ରମେଶ ପଲେଇ ଓ ମହିଳା ପୁରଷ ସଂକୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହିଥିଲେ । ରଥ ପ୍ରଥମେ ବ୍ଳକ ପଛପଟ ରାସ୍ତା ଦେଇ ଅଠାଇଶ ଗ୍ରାମ ଅଭିମୁଖେ ଯିବା ସମୟରେ ରାସ୍ତା କରରେ ଥିବା ଘର ମାନଙ୍କ ଆଗରେ କଳସ, ଦୀପ, ଝୋଟି ସହିତ ମହିଳା ମାନେ ହାତରେ ଥାଳି ଥରି ଉକ୍ତ ରଥ ଓ ରଥ ସହିତ ଯାଉଥିବା ସଂକୀର୍ତ୍ତନ ମଣ୍ଡଳୀ ଓ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ କରିଥିଲେ । ଏହି ରଥରେ ରଙ୍କ ବେରଙ୍ଗରେ ସଜିତ ବେତୁଳି, ଗଉଣୀ, ମାଣ ପେଡି ଧରି ମା ମାନେ ଚାଉଳ, ନଡିଆ, ଗୁଆ ସଂଗ୍ରହ କରିଥିଲେ । ସେହିପରି ଏହି ରଥ ଯିବା ସମୟରେ ଗ୍ରାମ ଦାଣ୍ଡରେ ମହିଳା ଝିଅ ମାନେ ପଞ୍ଚମୁରୁଜରେ ଝେଶଟି ପକାଇବାସହ ଘର ଆଗରେ ଝୋଟି ବେଶ ଆକର୍ଷଣ ସାଜିଥିଲା । ବୃଦ୍ଧ, ବୃଦ୍ଧା ମାନେ ଏହି ରଥକୁ ଜଗନ୍ନାଥଙ୍କ ପ୍ରତିନିଧି ଭାବି ରାସ୍ତା ଉପରେ ପଣିପାତ କରିଥିବାର ଦେଖାଯାଇଥିଲା । ଅଠାଇଶ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଗ୍ରାମର ମହିଳା ମାନେ ବନ୍ଦାପନା କରିଥିଲେ । ସେଠାରୁ ରଥ ଦୁଗଲ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ସେହିପରି ଅନ୍ୟ ଏକ ରଥ ଶୁକଳ ଗ୍ରାମ ପଞ୍ଚାୟତର ବାଁବରାଡା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ଠାରୁ ଶୁଭାରମ୍ଭ କରାଯାଇଥିଲା । ଏଠାରେ ସତ୍ୟବାଦୀ ବିଧାୟକଙ୍କ ପନ୍ôୀ ଶୁଭାନ୍ତି ନରେନ୍ଦ୍ର, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ଲିପିସା ରାୟଙ୍କ ସହିତ ଉକ୍ତ ପଞ୍ଚାୟତର ସମିତିସଭ୍ୟ ବସନ୍ତ ବିଶ୍ୱାଳ ଉପସ୍ଥିତ ରହିଥିଲେ । ମହିଳାପୁରଷ ମାନେ ସଂକୀର୍ତ୍ତନ କରି ଉକ୍ତ ରଥକୁ ଶୁକଳ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଛି । ଏହି ରଥ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ତତ୍ୱବଧାନରେ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତ ବୁଲିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧/୨୦୨୪---୮,୧୦