ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ବୈଠକ
ଭଞ୍ଜନଗର :- ବଡକୋଦଣ୍ଡା ସ୍ଥିତ ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ଠାରେ ଚତୁର୍ଥ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ବୈଠକ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋଲାପ ପାତ୍ର ଏହାକୁ ଶୁଭାରମ୍ଭ କରିବାପରେ ଶିକ୍ଷକ ସାଜନ ସ୍ୱାଇଁ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଗଣେଶ ଚନ୍ଦ୍ର ପଣ୍ଡା, ସି.ଆର.ସି.ସି ମୋହନ ସାହୁ, ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ରାଜଶ୍ରୀ ପଟ୍ଟନାୟକ ବୈଠକରେ ଆଗାମୀ ଦଶମ ବୋର୍ଡ ପରୀକ୍ଷାରେ ପ୍ରସ୍ତୁତି, କ୍ଳବ ର କାର୍ଯ୍ୟ, ଦୈନନ୍ଦିନ ସ୍କୂଲ ଆସିବା, ମୋ କଥା ମୋ କାହାଣୀ ମାଧ୍ୟମରେ ଓଡ଼ିଆ ଭାଷାଜ୍ଞାନର ଅଭିବୃଦ୍ଧି, ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିରତା, ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀ ଙ୍କ ଭାଗିଦାର ଉପରେ ବିଷଦ ଆଲୋଚନା କରାଯାଇଥିଲା l ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ଆଲୋଚରେ ଅଂଶଗ୍ରହଣ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ଅନିମା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୪---୬,୩୦ Sakhigopal News,14/1/2024