ସାବିତ୍ରୀ ମହା ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
ଭଞ୍ଜନଗର- ସାବିତ୍ରୀ ମହା ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ।ମହା ବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ସୁଶାନ୍ତ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀ ମଲ୍ଲିକ ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଶିବିରରେ ବହୁ ଉପାଦେୟତା ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟତଃ ଛାତ୍ରୀ ମାନେ ଆତ୍ମରକ୍ଷା ଶିବିରରେ ଯୋଗଦାନ କରି ସଚେତନ ହେବା ସହ ସମସ୍ତ କୌଶଳ ଶିଖୁବା ଜରୁରୀ ବୋଲି କହିଥିଲେ ।ସଂଯୋଜିକା ଶ୍ରୀମତି ଜୟଲକ୍ଷ୍ମୀ ରଥ ୮ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମର ଉପଦ୍ୟୟତା ଓ ଆତ୍ମରକ୍ଷା କୌଶଳ ବୁଝାଇଥିଲେ । ଯାହା ଫଳରେ ବାଳିକା ବର୍ଗର ପିଲାମାନେ ନିଜକୁ ସୁରକ୍ଷିତ ରଖୂପାରିବେ। ମାଷ୍ଟର ଟ୍ରେନର ଭାବେ ପିୟଙ୍କା ସ୍ବାଇଁ ତାଙ୍କ ବକ୍ତବ୍ୟରେ କୌଶଳ ଗୁଡିକ କହି ପ୍ରେରଣା ଦେଇଥିଲେ। ଶିବିର ରେ ଯୁକ୍ତ +୨ ପ୍ରଥମ ବର୍ଷର କଳା ବିଜ୍ଞାନର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧/୨୦୨୪--୮,୫୦ , Sakhigopal News,u21/1/2024