ଜାନ୍ଡୋଲ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ଯାଳୟ ସ୍ତରୀୟ ଭାଷା ସାହିତ୍ୟ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଜାନ୍ଡୋଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ଯାଳୟ ସ୍ତରୀୟ ଭାଷା ସାହିତ୍ୟ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ରଙ୍ଗୋଲି, ନାଚ, ଗୀତ, କମ୍ପ୍ୟୁଟର ଖେଳ ଓ ରଚନା ଇତ୍ୟାଦି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଅତିଥି ମାନଙ୍କୁ ଫୁଲ, ଚନ୍ଦନ ଦେଇ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଅଡିଟୋରିୟମ ହଲ୍ କୁ ପାଛୋଟି ନେଇଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ଶିକ୍ଷକ କେଦାର ସାହୁ। ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଗଡତିଆ।ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ, ବିଦ୍ୟାଳୟର ଆଲୁମିନୀ କମିଟି ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପଣ୍ଡା, ବରପଦର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମୃତଲାଲ ସେଠ।ମୁଖ୍ୟ ବକ୍ତା ଭାବେ ନିଗମାନନ୍ଦ ବିଦ୍ୟାଳୟର ଶିକ୍ଷକ ମନୋହର ସାହୁ। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହି ସମୟରେ ଗୁରୁଦେବ ତ୍ରିପାଠୀ, ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ କ୍ରୀଡା ଶିକ୍ଷକ ରାଜକୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୧/୨୦୨୪---୮,୨୫ Sakhigopal News,17/1/2024