Breaking News

ବନବିଭାଗ ଓ ଠିକାଦାରଙ୍କ ଚତୁରେ କୋଳା କୋଳି, ନିର୍ମାଣ ର ଦିନକ ପରେ , ଛାତ ରେ ଫାଟ




ଭଞ୍ଜନଗର - ବନ ବିଭାଗର ସ୍କ୍ୱାର୍ଡ କର୍ମଚାରୀ ଙ୍କ ପାଇଁ ନିର୍ମାଣ ହେଉଛି ନୂତନ ଘର । ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣଧୀନ ଘରର ଛାତ ପଡିଲା । ଦିନକ ପରେ ଛାତ ସଂପୂର୍ଣ୍ଣ ଫାଟିଗଲା । ଛାତ ତଳେ ରହିଥିବା ସେଟ୍ରିଂ ଭୁଷୁଡି ପଡ଼ିଲା  । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ନିଧିଆପଲ୍ଲୀ ନିକଟରେ ନଜରକୁ ଆସିଛି ଏଭଳି ଘଟଣା ।  ସ୍ଥାନୀୟ ବନ କର୍ମଚାରୀ ଏବଂ ସ୍କ୍ୱାର୍ଡ କର୍ମଚାରୀ ମାନେ ବିଶ୍ରାମ ନେବା ପାଇଁ , ଏହି ଘର ନିର୍ମାଣ ହୋଇଥିଲା । ତେବେ ଏଭଳି ଘଟଣା ଘଟିବା ପରେ ଏହା ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଏହା କୌଣସି ଅସାମାଜିକ ଲୋକର କାର୍ଯ୍ୟ ବୋଲି ବନବିଭାଗ ପକ୍ଷରୁ ସଫେଇ ଦିଆଯାଉଛି । ବିଭାଗ ପକ୍ଷରୁ କହିବା ପ୍ରକାରେ , ଯେଉଁଦିନ ନିର୍ମାଣଧୀନ ଘରର ଛାତ ପଡ଼ିଲା ସେହିଦିନ ରାତିରେ ହିଁ କୌଣସି ଅସାମାଜିକ ଲୋକ , ଛାତର ସେଣ୍ଟ୍ରିଂ କୁ ଟାଣି ଦେଇଛି । ଯାହାଫଳରେ ସେଣ୍ଟ୍ରିଂ ଭୁଷୁଡି ପଡିବାରୁ ଛାତ ଟି ସଂପୂର୍ଣ୍ଣ ଫାଟି ଯାଇଛି । କିନ୍ତୁ ବନ ବିଭାଗ ଦେଉଥିବା ସଫେଇ ଯଦି ସତ ହୁଏ ତାହେଲେ ବନବିଭାଗ ପ୍ରତି ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୁଷ୍ଟ ରହିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉପଦ୍ରବ । ଧାନ କ୍ଷେତରେ ଫସଲ ନଷ୍ଟ  କରୁଛନ୍ତି ହାତୀପଲ । ଚାଷୀଙ୍କୁ ଠିକ୍ ସମୟରେ ଏବଂ ଉପଯୁକ୍ତ ଆଧାରରେ କ୍ଷତିପୂରଣ ମିଳୁନି । ହାତୀଙ୍କ ଚଳପ୍ରଚଳ ଯୋଗୁ ବାରମ୍ବାର ବିଦ୍ୟୁତ କାଟ୍ ଭଳି ଘଟଣା  ଘଟୁଥିବାରୁ ସ୍ଥାନୀୟ ଲୋକେ ବନବିଭାଗ ଏବଂ କର୍ମଚାରୀ ଙ୍କ ପ୍ରତି ଅସନ୍ତୁଷ୍ଟ ଥିବା କିଛି ଜାଣିବା ଶୁଣିବା ଲୋକେ ଅଭିଯୋଗ କରୁଛନ୍ତି । ନିର୍ମାଣଧୀନ ଘରର ସେଣ୍ଟ୍ରିଂ ଭୁଷୁଡିବା ଘଟଣା ପଛରେ  କାହାର ହାତ ରହିଛି ।ଯଦି ସତ ହୁଏ , ତା'ହେଲେ ଏହାହିଁ ପ୍ରମାଣ କରୁଛି ଯେ ବନବିଭାଗର କାର୍ଯ୍ୟକଳାପ ପ୍ରତି ସ୍ଥାନୀୟ ଅସନ୍ତୁଷ୍ଟ ଜନସାଧାରଣ ରେ ରହିଛି। ଏହା ଏବେ ବାଟ-ଘାଟ ରେ ଏବଂ ଚାହା-ଖଟି ରେ ଚର୍ଚ୍ଚା ହେଉଛି । ସେ ଯାହାହେଉ ବନ ବିଭାଗ ଓ ଠିକାଦାରଙ୍କ ମଧ୍ୟରେ ଥିବା ମଧୁଚନ୍ଦିକା ଏବେ ଧରାପଡିଯାଇଛି। ଛାତ ପଡ଼ିବା ପରେ ଠିକାଦାର କଣ କାମ ବା ଘର ବନବିଭାଗକୁ ଦେଇଥିଲା। ଘର କାମ ସରିବା ପରେ ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ଚାବି ହସ୍ତାନ୍ତର କରିବାର ନିୟମ ରହିଛି।ମାତ୍ର ଛାତ ପଡ଼ିବା ପରଦିନ ଯଦି ଛାତ ବା ସେଣ୍ଟି ଦବଇଯଆଏ ତା ହେଲେ ସେଥିପାଇଁ ଠିକାଦାର ଦାୟୀ। ମାତ୍ର ଏଠାରେ ବନବିଭାଗ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସ୍ଥାନୀୟ ଲୋକମାନଙ୍କ ଉପରେ ଦୋଷାରୋପ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଆଗାମୀ ଦିନରେ ଜଣାପଡିବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧/୨୦୨୪---୯,୪୫ Sakhigopal News,7/1/2025

Blog Archive

Popular Posts