ବଉଳ ଅମାବାସ୍ୟାରେ ରାଧା ବିନୋଦବିହାରୀଙ୍କୁ ଲାଗି ହେଲା ପୋଡପିଠା
ସାକ୍ଷୀଗେ।।ପାଳ------ ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ପୂଜିତ ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ କୂଳଦେବତା ରାଧା ବିନୋଦବିହାରୀଙ୍କୁ ଆଜି ବଉଳ ଅମାବାସ୍ୟା ତିଥିରେ ସ୍ୱତନ୍ତ୍ର ଭାବେ ପୋଡପିଠା ଲାଗି କରାଯାଇଛି । ପହଲି ଭୋଗ ଠାକୁରଙ୍କ ପାଖରେ ଚାଲିଥିବା ବେଳେ ବଉଳ ଅମାବାସ୍ୟା ତିଥିରେ ଅରୁଆ ଚାଉଳ ଗୁଣ୍ଡ, ନଡିଆ, ଗୁଡ, ଅଳେଇଚ, ଗୋଲମରିଚ, ଲବଙ୍ଗ, ତେଜପତ୍ର ଓ ଭଲ ଘିଅରେ ପ୍ରସ୍ତୁତ କରାଯାଇଥିବା ପୋଡପିଠା ଆଜି ସଂଧ୍ୟାରେ ଭୋଗ କରାଯାଇଥିଲା ।ଆଳତୀ ଓ ଉପଚାର କରାଯାଇଥିଲା । ପୋଡପିଠା ଠାକୁରଙ୍କ ପାଖରେ ଲାଗି ହେବା ପରେ ଭକ୍ତ ମାନଙ୍କୁ ପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା । ଏହି ପ୍ରଥା ପୂର୍ବପୁରୁଷ ମାନଙ୍କ ଦ୍ୱାରା ପ୍ରଚଳିତ ହୋଇ ଆସୁଛି । ଏହି ପ୍ରଥାକୁ ଆମେ ଜାରି ରଖିଛୁ ବୋଲି ଗୋପବନ୍ଧୁଙ୍କ ଦାୟଦ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୪-----୭,୧୦ Sakhigopal News, 11/1/224