Breaking News

ସମ୍ଭାବନା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ



ଜଟଣୀ :-ଜଟଣୀ ସହରର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ "ସମ୍ଭାବନା ପରିବାର" ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ପାଳନ ଅବସରରେ ବିଭିନ୍ନ ପ୍ରକାର ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର  ସଭାପତି ସନ୍ତୋଷ କୁମାର ହୋତା  ଅଧ୍ୟକ୍ଷତା କରିଥିଲେ l ଥାନା ଛକ ସନ୍ନିକଟ ବଡି ମସଜିଦ୍ ସମ୍ମୁଖ, ମୋ ଜଟଣୀ ଫୁଡ ପାର୍କ ସମ୍ମୁଖରେ   ଅନୁଷ୍ଠାନର କର୍ମକର୍ତ୍ତା, ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଥାନା କର୍ମଚାରୀ, ଖୋର୍ଦ୍ଧା ପରିବହନ ବିଭାଗ, ଆଇନଜୀବୀ, ଓଡିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଲିଫଲେଟ୍, ଚକୋଲେଟ୍ ଏବଂ ଗୋଲାପ ଫୁଲ ବଣ୍ଟନ କରି ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପରିବହନ ବିଭାଗର ସବଇନ୍ସପେକ୍ଟର ତୃପ୍ତିରେଖା ଜେନା, ଜଟଣୀ ଥାନାର ସବ୍ଇନ୍ସପେକ୍ଟର ସ୍ଵାତି ନାୟକ, ଏଏସ୍ଆଇ ଅହଲ୍ୟା ବେହେରା, ସୁବ୍ରତ କୁମାର ତ୍ରିପାଠୀ , ଜଟଣୀ ବାର ଆସୋସିଏସନ୍ ସମ୍ପାଦକ ବିଜୟ କୁମାର ମହାପାତ୍ର, ଅଧିବକ୍ତା ଉମାକାନ୍ତ ମହାପାତ୍ର, ଅଧିବକ୍ତା ଅକ୍ଷୟ କୁମାର ଦାସ ,ସାମାଜିକ କର୍ମୀ ବାସୁଦେବ ସେଠୀ, ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅନିଲ କୁମାର ହାତୀ ପ୍ରମୁଖ ଉପସ୍ଥିତ ଥିଲେ l ଉପସ୍ଥିତ ଅତିଥି ମାନେ ସଡ଼କ ଦୁର୍ଘଟଣାର ଭୟାବହତା ସଂପର୍କରେ ଉପସ୍ଥିତ ଜନସାଧାରଣ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସମ୍ୟକ ଧାରଣା ଦେବା ସହ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସମସ୍ତଙ୍କୁ ଏବେଠାରୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସଞ୍ଜୟ ବରିସଲ, ସହ ସମ୍ପାଦକ ଅମୀନ ରାଉତ, ସଂଗଠନ ସମ୍ପାଦକ ଦିଲୀପ ସିଂ,ଶରତ କୁମାର ରେଡ୍ଡୀ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ , ସ୍ମିତା ପଟ୍ଟନାୟକ, ବରିଷ୍ଠ ସଭ୍ଯ ଲୁସେନ୍ ରାୟ, ପ୍ରଶାନ୍ତ ସାହୁ, ଯୁବ କଳାକାର ବାବୁ ମଲ୍ଲିକ, ପରେଶ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧/୨୦୨୪----୮,୪୫ Sakhigopal News,21/1/2024

Blog Archive

Popular Posts