ଓଡିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ଯାମ୍ପସରେ ଦ୍ୱି ଦିବସୀୟ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ
ସାକ୍ଷୀଗୋପାଳ ----- ରାଜ୍ୟ ସରକାରଙ୍କ ନୂଆ ଓ, ଯୁବ ଓଡ଼ିଶା ଓ ନବୀନ ଓଡିଶା ପକ୍ଷରୁ ସତ୍ଯବାଦୀ ଓଡିଆ ବିଶ୍ୱବିଦ୍ୟାଳୟ ଅସ୍ଥାୟୀ କ୍ଯାମ୍ପସରେ ଦ୍ୱି ଦିବସୀୟ ଓଡିଆ ଭାଷା ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଓଡିଆ ଭାଷାର ବିକାଶ, ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଆମ ପରମ୍ପରାର ଉନ୍ନତି , ବିକାଶ ପାଇଁ ରାଜ୍ୟସରକାରଙ୍କ ଏହା ଏକ ପ୍ରୟାସ ବୋଲି ଆୟୋଜିତ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ନୂଆ ଓ, ଯୁବ ଓଡ଼ିଶା ଓ ନବୀନ ଓଡିଶା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଶ୍ୱବିଦ୍ୟାଳୟ କୁଳପତି ଡ ସବିତା ପ୍ରଧାନ ଅଧ୍ଯକ୍ଷତା କରିଥିଲେ । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରାଯିବା ପରେ ଆନୁଷ୍ଠାନିକ ଭାବେ ସଭା ଆରମ୍ଭ ହୋଇଥିଲା । ଏଥିରେ ଶାରଳା ପୁରସ୍କାର ,ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା କବି ପ୍ରଫେସର ଶତ୍ରୁଘ୍ନ ପାଣ୍ଡବ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରୁଥିବୀରେ ରହିଥିବା ୭୦୦୨ଟି ଭାଷା ମଧ୍ଯରୁ ଓଡିଆ ଭାଷାର ସ୍ଥାନ ୩୮ ରହିଛି ବୋଲି ମତ ପ୍ରକାଶ କରିଥିଲେ। ରାଜ୍ଯ ବାହାରେ ରହିଥିବା ପ୍ରବାସୀ ଓଡିଆ ମାନେ ଓଡିଆ ଭାଷା କୁ ଭୁଲିନଯାଆନ୍ତୁ, ଜଗନ୍ନାଥ ସଂସ୍କୃତି, ଆମ ପରମ୍ପରା ତଥା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି ଅତିଥି ମାନେ କହିଥିଲେ । ପ୍ରଫେସର ଅନନ୍ତ କିଶୋର ଜେନା ଅତିଥି ପରିଚୟ ଦେବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଦୈନନ୍ଦିନ ଜୀବନରେ ପ୍ରତି ଓଡିଆ ନିଜ ମାତ୍ରୁଭାଷାର ଉନ୍ନତି ଉଦ୍ଯମ କଲେ ସୁଦୂରପ୍ରସାରୀ ହୋଇପାରିବ ବେଲି ସଭାପତି ଡ ପ୍ରଧାନ କହିଥିଲେ । ମୁଖ୍ଯ ଅତିଥି ଦୁଇଟି ପୁସ୍ତକ ମହାବିଦ୍ୟାଳୟକୁ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ଓଡ଼ିଆ ଭାଷାକୁ ନେଇ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକର ନାମ ଉତ୍ତରଣ ରଖାଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୧/୨୦୨୪----୯,୩୫ Sakhigopal News,22/1/2024