ବିଲରେ ଥିବା ଦୁଇଟି ଧାନ ଗଦା ଜଳିଗଲା ,ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ
ଡେଲାଙ୍ଗ ---ଡଏଲଆଙ୍ଗ ଥାନା ଅନ୍ତର୍ଗତ ବରକେରା ଗ୍ରାମ ଗହ୍ୱରରେ ଥିବା ଧାନ ଗଦା ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ବରକେରା ଗ୍ରାମର ଭାସ୍କର ଚନ୍ଦ୍ର ପରିଡାଙ୍କର ଏକ କଳେଇ ଗଦା ଜଳିଯାଇଛି ।ଉକ୍ତ ଧାନ ଗଦାରେ ଥିବା ଧାନର ଆନୁମାନିକ ମୂଲ୍ୟ ଟ୫୦୦୦୦ଙ୍କା(ପଚାଶ ହଜାର) ଟଙ୍କା ହେବ ବୋଲି ଜଣାପଡିଛି।ଏଥିସହିତ ବେଲପଡାର ବିଜୟ କୁମାର ପରିଡା (ମକୁ)ଙ୍କର ଦୁଇଟି କଳେଇଗଦା ଜଳିଯାଇଅଛି ।ଉକ୍ତ କଳେଇଗଦାରେ ଥିବା ଧାନର ଆନୁମାନିକ ମୂଲ୍ୟ ଟ୭୦୦୦୦ଙ୍କା(ଷାଠିଏ ହଜାର)ହେବ। ଭାସ୍କର ଚନ୍ଦ୍ର ପରିଡା ଚାଷ ଉପରେ ନିର୍ଭର କରି ଚଳନ୍ତି। ତେଣୁ ସରକାରଙ୍କ ତରଫରୁ ସାହାଯ୍ୟ ଯୋଗାଇବା ପାଇଁ ବରକେରା ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଆସିନଥିଲେ ବୋଲି ଜଣାପଡିଛି। ଏହି ଅଗ୍ନିକାଣ୍ଡ କିପରି ଲାଗିଲା ତାହା ଜଣାପଡ଼ି ନାହିଁ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧/୨୦୨୪। ----୭,୪୬ Sakhigopal News,28/1/2024