Breaking News

ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ


 


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଶୁକଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ସଭାଗୃହ ପରିସରରେ ଜନ ଆରୋଗ୍ୟ ସମିତି ତଥା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟଙ୍କ ସହିତ ଶୁକଳ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ ସୁସ୍ମିତା ପ୍ରଧାନ, ଡ.ନିଲିମା ଜେନା ଆକାଉଣ୍ଟ ମ୍ୟାନେଜର ସୁଶାନ୍ତ କୁମାର ସାହୁ, ପିଏଚଇଓ କ୍ଷେତ୍ରମଣୀ ସେଠୀ, ଶୁକଳ ମେଡିକାଲର ଫାର୍ମସିଷ୍ଟ ଦୁର୍ଗା ପ୍ରସାଦ ମହାପାତ୍ର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ବିଶେଷ କରି ରାଜ୍ୟ ସରକାର ଦେଉଥିବା ରୋଗୀ ମାନଙ୍କ କଲ୍ୟାଣ ପାଇଁ ଅର୍ଥ କିପରି ଖର୍ଚ୍ଛ କରାଯିବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା ବୋଲି ବ୍ଳକ ପ୍ରୋଗାମ ମ୍ୟାନେଜର ଜ୍ୟୋତି ରଞ୍ଜନ ଶତପଥିୀଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧/୨୦୨୪---୮,୧୦   Sakhigopal News, 31/1/2024

Blog Archive

Popular Posts