ନିଷ୍ଠା ପରିବାର ତରଫରୁ ଅସହାୟ ବୃଦ୍ଧା ଉଦ୍ଧାର
ବରଗଡ଼ ----
ଅତାବିରା ଅଞ୍ଚଳ ରେ ଅସହାୟ ଅବସ୍ଥାରେ ପଡିଥିଲେ ଜଣେ ବୃଦ୍ଧା । ତାଙ୍କ ବୟସ ୮୦ବର୍ଷ ରୁ ଉର୍ଦ୍ଧ୍ବ ହେବ। ଏ ଖବର ପାଇଥିଲେ ଅତାବିରା ପୋଲିସ। ଥାନା ଅଧିକାରୀ ସୁକୁମାର ତ୍ରୀପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ବୃଦ୍ଧା ଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ ପୋଲିସ ପ୍ରଶାସନ। ଅତାବିରା ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ଏ ସମ୍ପର୍କରେ ନିଷ୍ଠା ପରିବାର କୁ ଖବର ଦେଇଥିଲେ। ଖବର ପାଇବା ପରେ ନିଷ୍ଠା ପରିବାର ର ସ୍ବେଚ୍ଛାସେବୀ ଦିନେଶ ପ୍ରଧାନ ଅତାବିରା ଡାକ୍ତରଖାନାରେ ପହଞ୍ଚି ବୃଦ୍ଧା ଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ବୃଦ୍ଧାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅଛି। ନିଷ୍ଠା ପରିବାର,ଡାକ୍ତର ଓ ହେଲ୍ପ ଡେସ୍କ କର୍ମଚାରୀ ମାନଙ୍କ ସହଯୋଗରେ ତାଙ୍କର ସେବା ଜାରି ରଖିଛି। ଏଭଳି ମହତ କାମ ପାଇଁ ଅତାବିରା ପୋଲିସ ଓ ଥାନା ଅଧିକାରୀ ସୁକୁମାର ତ୍ରୀପାଠୀ ଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଆଶା ମା ସମଲେଇ ଙ୍କ କୃପାରୁ ବୃଦ୍ଧା ଜଣକ ଶୀଘ୍ର ଭଲ ହେବେ ବୋଲି ଆଶା ଓ ଭରସା ରହିଛି। ଯଦି କେହି ତାଙ୍କ ପରିଚୟ ପାଆନ୍ତି ତେବେ ନିମ୍ନରେ ଦିଆଯାଇଥିବା ନମ୍ବର ରେ ଯୋଗାଯୋଗ କରିବା ପାଇଁ ନିଷ୍ଠା ପରିବାର ର ବିନମ୍ର ଅନୁରୋଧ କରାଯାଇଛି।
ନିଷ୍ଠା ପରିବାର
୯୯୩୭୧୭୪୩୩୨
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୧/୨୦୨୪---୮,୩୫ Sakhigopal News,17/1/2024