Breaking News

୭୫ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ




ଭଞ୍ଜନଗର ---- ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାଣତନ୍ତ୍ର ଦିବସ ପାଳନ ସମ୍ପର୍କରେ  ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜାନୁୟାରୀ  ୨୬ ତାରିଖ ଦିନ ପ୍ରତ୍ୟୁଷ ଘ ୫,୦୦ମି ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହରରେ ରାମଧୁନ ପରିବେଷଣ କରାଯିବ l ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭,୧୫ମି ରେ ପତାକା ଉତ୍ତୋଳନ କରିବେ l ସକାଳ ଘ ୮.୩୦ମି ରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ )ମୂଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତ ବର୍ଷ ପ୍ୟାରେଡ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ନିମନ୍ତେ ନିଷ୍ପତି ନିଆଯାଇଛି l   ପ୍ୟାରେଡ ଅଭ୍ୟାସ ଆସନ୍ତା୨୩ ଓ୨୪ ରେ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି l ଏହି ପ୍ରସ୍ତୁତି ବୈଠକ ରେ ଡେପୁଟି କଲେକ୍ଟର ଦିପ୍ତିମଣୀ ପ୍ରଧାନ,ଏଷ୍ଟା ବ୍ଲିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା ଏବଂ ଏନ୍.ସି.ସି ଅଫିସର କେ.ଏ ସ.ୟୁ  ବି କଲେଜ  , ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଓ ସମାଜ  ସେବି ଶୁଲପାଣି ଶତପଥୀ, ଶ୍ରୀ ମୁରଲୀଧର ପଣ୍ଡା,ଶ୍ରୀ ଜଗଦୀଶ ପାଣିଗ୍ରାହୀ ସମସ୍ତ  ମାନ୍ୟ ଗଣ୍ୟ ବ୍ୟକ୍ତି,  ସମସ୍ତ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର  ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର ପାତ୍ର ସହଯୋଗ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧/୨୦୨୩----୮,୧୦ Sakhigopal News,7/1/2023

Blog Archive

Popular Posts