ଗଞ୍ଜେଇ ଚାଲାଣ ବେଳେ କାର ଜବତ , ଚାଲାଣକାରୀ ଗିରଫ
ଭଞ୍ଜନଗର- କନ୍ଧମାଳ ରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ମୁଜାଗଡ ରାସ୍ତାରେ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ବିପୁଳ ପରିମାଣର ଗଞ୍ଜେଇ ସହ ୨ ଟି କାର୍ , ଗୋଟିଏ ବାଇକ୍ ଜବତ କରିଛି ପୋଲିସ। ସଂପୃକ୍ତ ଗଞ୍ଜେଇ ଚାଲାଣକାରୀ ଙ୍କୁ ପୋଲିସ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି ।