Breaking News

ଥୁଆପାଲି ର ୨୮ ତମ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି

 
ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି ର ୨୮ ତମ ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦଯାପିତ ହୋଇଯାଇଛି। ଏହି  ଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିଥିଲା। ମନ୍ତ୍ରୀ ଅକ୍ରୁର ସହିତ ମଥୁରାନଗରୀ ପ୍ରବେଶ କଲାମାତ୍ରେ ଆନନ୍ଦ ଉଲ୍ଲାସ ସହିତ କୃଷ୍ଣ ବଳରାମ ଙ୍କୁ ମଥୁରାଗ୍ରାମ ବାସୀ ମାନେ ପୂଜାର୍ଚ୍ଚନା କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମଥୁରାନଗରୀ କଂସ ଦରବାରରେ ଚାଣୁର ମୁଷ୍ଟିକ ନିହତ, କଂସ ସହିତ ଯୁଦ୍ଧ କରି କଂସ ନିହତ କରିଥିଲେ ଦୁଇ ଭାଇ। ଉଗ୍ରେସେନ ରାଜାଙ୍କୁ ରାଜ୍ୟାଭିଷେକର ଅନୁଷ୍ଠିତ ହୋଇଥିଲା ଓ ମଥୁରାନଗରୀ ଶାନ୍ତି ଫେରାଇ ଆଣିଥିଲେ। କଂସ ମରିବା ପରେ ଲଡୁ ବଣ୍ଟନ କରାଯାଇଥିଲା। ଉଦଯାପନୀ ଉତ୍ସବର ଶେଷ ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସଭାପତି ଅନିରୁଦ୍ଧ ସାହୁ ସଂଯୋଜନା କରିଥିଲେ ଓ ରାଜ ଅତିଥି ଭାବରେ ପଶ୍ଚିମ ଓଡିଶାର  ସ୍ୱନାମଧନ୍ୟ ଡାକ୍ତର ଡାଃ ଶଙ୍କର ରାମଚନ୍ଦାନୀ, ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ, କବି ମନୋରଞ୍ଜନ ଲୁହା, ମୁନିରାମ କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ। କବି ମାନେ ସ୍ଵ ସ୍ଵ ଢଙ୍ଗରେ ନିଜ ନିଜ କବିତା ଆବୃତ୍ତି କରି ମନମୁଗ୍ଧକର ପରିବେଶ ସୃଷ୍ଟି କରି ଦର୍ଶକ ମନ ମୋହିଥିଲେ।ଥୁଆପାଲି ଧନୁଯାତ୍ରା କମିଟି ପକ୍ଷରୁ ଏକ ରୋଗୀ ସେବା କେନ୍ଦ୍ର ଖୋଲିବା ପାଇଁ ଅନୁରୋଧ କରିଥିଲେ। ଡାଃ ଶଂକର ରାମଚନ୍ଦାନୀ ଥୁଆପାଲି ଠାରେ ରୋଗୀ ସେବାକେନ୍ଦ୍ର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ବଲପୁର ଗୋଶାଲା ଲାୟନ୍ସ କ୍ଲବ ସଂବଭ ପ୍ରୟାସ ର ସମ୍ପାଦକ ଲାୟନ୍ସ ସୁନୀଲ କୁମାର ଅଗ୍ରୱାଲ ଏକ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଧନୁଯାତ୍ରା ମହୋତ୍ସବ ପରିସରରେ ଗୋଶାଳା ଲାୟନ୍ସ କ୍ଲବର ସଂବଭ ପ୍ରୟାସ ପକ୍ଷରୁ ମାଗଣା ରେ ପାନୀୟଜଳ, ରେଡ ଟି (ଚାହା) ଦର୍ଶକ ତଥା ଜନସାଧାରଣଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା। ଏହି ସମୟରେ ବିଭିନ୍ନ ସାମାଜିକ ସଂଗଠନ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ରାଜଦରବାରରେ କଂସ ମହାରାଜ ଶମ୍ଭୁପ୍ରସାଦ ଖମାରୀ ଙ୍କ ସମେତ ସମସ୍ତ କଳାକାର ମାନଙ୍କୁ ପ୍ରମାଣ ପତ୍ର ସହିତ ସମ୍ମାନିତ କରାଯାଇଥିଲା, ସମ୍ମାନିତ କରି ଥିଲେ ଯାତ୍ରା କମିଟି ର ସଭାପତି ଅନିରୁଦ୍ଧ ସାହୁ, ଧର୍ମରାଜ ଭୂଏ,ଜିତେନ୍ଦ୍ର ପୋଢ, ଲଲିତ ମେହେର ପ୍ରମୁଖ ଓ କମିଟି ର ସଦସ୍ୟମାନେ ସହଯୋଗ କରିଥିଲେ ।ଏହି ସମୟରେ ଯାତ୍ରା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।କଂସ ଭୂମିକାରେ ଅଭିନୟ କରିଥିଲେ, ଶମ୍ଭୁପ୍ରସାଦ ଖମାରୀ, ନନ୍ଦରାଜା ଓ ନନ୍ଦରାଣୀ, ପୂର୍ଣ୍ଣ ଚନ୍ଦ୍ର ଯୁଆଡି ଓ ତାଙ୍କର ଧର୍ମପତ୍ନୀ ସତ୍ୟବତୀ ଯୁଆଡି, କୃଷ୍ଣ ଓ ବଲରାମ ସୌମ୍ୟକାନ୍ତ ଦାଶ ଓ ରୋହନ ଶର୍ମା ଓ ଅନ୍ୟାନ୍ୟ ବହୁ କଳାକାର ରେ ସାମିଲ ହୋଇ ଧନୁଯାତ୍ରା କୁ ସଫଳତା ପାଇଁ ସହାୟତା ପ୍ରଦାନ କରିଥିଲେ।ପରିଶେଷରେ ଧନୁଯାତ୍ରା ମହୋତ୍ସବ ସମିତି ୨୦୨୪ ର ସଭାପତି ଅନିରୁଦ୍ଧ ସାହୁ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ସମାପନ ହୋଇଥିବାରୁ ଦର୍ଶକ, ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୧/୨୦୨୪---୫,୫୦ Sakhigopal News,13/1/2024

Blog Archive

Popular Posts